ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ୧୩୨୦ ପଜିଟିଭ: ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ

0 338
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭:ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୩ ଶହ ୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୮୮୭ ଓ ଲୋକ୍ାଲ କଂଟାକ୍ଟ ୪୩୩ ଜଣ ଅଛନ୍ତି । ଗଂଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୭୪, କଟକରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ ୩୯, କେନ୍ଦୁଝରରୁ ୨୪, କୋରାପୁଟ ୩୦ ,ଭଦ୍ରକରୁ ୨୮,ବାଲେଶ୍ୱରରୁ ୨୩ ଜଣ, ଅନୁଗୁଳରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୯ଜଣ, ବରଗଡରୁ ୧୪ ଜଣ,  ଗଜପତିରୁ ୯୦, , ଯାଜପୁରରୁ ୨୩ ଜଣ, କେନ୍ଦ୍ରାପଡାରୁ ୧ଜଣ, ଜଗତସିଂହପୁରରୁ ୩ ଜଣ,ସୁନ୍ଦରଗଡରୁ ୪୭ ଜଣ  ଏବଂ  କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ ପହଚିଂଛି ।

Leave A Reply

Your email address will not be published.

2 × 2 =

error: Content is protected !!
Open chat