ରାଜ୍ୟରେ କମିବାରେ ଲାଗିଛି ପଜିଟିଭ ହାର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

0 389
greentech

ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ପଜିଟିଭ ହାର କମିଛି । ମେ ୨୨ ରେ ସର୍ବାଧିକ ୧୨୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି । ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ।

ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମୁଛି ଏବଂ ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି । ଆନ୍ଧ୍ର ଓ ପଶ୍ଚିମବଙ୍ଗର ସଂକ୍ରମଣ କମୁଥିଲେ ବି ବିପଦ ରହିଛି । ଏଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାନ୍ତ ସିଲ କରାଯାଇଛି । ଆମ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦ ପ୍ରତିଶତ ରହିଛି ।

ଏସବୁ ଜିଲ୍ଲା ହେଉଛି ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ, ପୁରୀ, ମୟୁରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ । ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪ ପ୍ରତିଶତରେ ପହଂଚିଛି । ୧୯ଟି ଜିଲ୍ଲାରେ ପଜିଟିଭିଟି କମୁଥିବାବେଳେ ୫ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଛି । ଆଗକୁ ପଜିଟିଭିଟି ଆହୁରି କମିବା ନେଇ ଆଶା କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ।

Leave A Reply

Your email address will not be published.

three × 5 =

error: Content is protected !!
Open chat