ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୧୩୭୬ ପଜିଟିଭ୍‌ ଚିହ୍ନଟ , ମୃତ୍ୟୁ – ୧୦ : ମୃତ୍ୟୁ ସଂଖ୍ୟା ୧୪୦ କୁ ବୃଦ୍ଧି

0 408
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୩୦ ଜିଲାରୁ ରେକର୍ଡ ସଂଖ୍ୟକ ୧୩୭୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୧୭ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୪୫୯ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ ୫, ବାଲେଶ୍ୱରର ୨୯, ବରଗଡ଼ର ୭, ଭଦ୍ରକର ୧୦, ବଲାଙ୍ଗୀରର ୧୯, ବୈାଦ୍ଧରୁ ୮, କଟକରୁ ୭୫, ଦେବଗଡ଼ର ୧୧, ଢେଙ୍କାନାଳର ୧୫, ଗଜପତିର ୭୪, ଗଞ୍ଜାମରୁ ୪୮୪, ଜଗତସିଂହପୁରରୁ ୧୧, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୧୦୩, ଖୋର୍ଦ୍ଧାରୁ ୧୮୭, କୋରାପୁଟରୁ ୭, ମାଲକାନଗିରିରୁ ୧୫, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୩୦, ନୂଆପଡ଼ାର ୪, ପୁରୀରୁ ୯୧, ରାୟଗଡ଼ାର ୪୫, ସମ୍ବଲପୁରରୁ ୧୭, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୩୩ଜଣ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫,୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨୮୭ ଆକ୍ଟିଭ୍‌ କେସ୍‌ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ମୃତ୍ୟୁ। ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୪୦ କୁ ବୃଦ୍ଧି ପାଇଛି।


ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧାରୁ ୨ ଜଣ ଏବଂ ସୁନ୍ଦର ଗଡ଼ି ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଜପତି ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ।

୩- ଖୋର୍ଦ୍ଧା ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ।

୪- ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳା।

୫- ସୁନ୍ଦରଗଡ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୬- ଭୁବନେଶ୍ୱରର ଜଣେ ୫୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ, ଡାହାଣ ନିମୋଥୋରାକ୍ସ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।

ଅନ୍ୟ କାରଣରୁ ଗଞ୍ଜାମ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.

16 + eleven =

error: Content is protected !!
Open chat