ରାଜ୍ୟର ଏମ.ଏସ.ଏମ.ଇ.ରେ ଉତ୍କର୍ଷତା ଭାରତ ସରକାରଙ୍କ “ଏକ ଜିଲ୍ଲା ଏକ ଉତ୍ପାଦ” କାର୍ଯ୍ୟକ୍ରମରେ ସହାୟକ ହେବ : ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୮ : ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମର ରୂପାୟନରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉତ୍କର୍ଷ ସହାୟକ ହେବ ବୋଲି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଜି ଆୟୋଜିତ ଏକ ଭିଡ଼ିଓ କନ୍ଫରେନ୍ସରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ ସମସ୍ତ ରାଜ୍ୟର ଶିଳ୍ପ, ଏମ୍ଏସ୍ଏମ୍ଇ ମନ୍ତ୍ରୀମାନଙ୍କ ବୈଠକରେ ରାଜ୍ୟ ତରଫରୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ରକୁ ଏହି ବାର୍ତା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଅଧିକ କିୟାଶୀଳ କରିବା ଦିଗରେ ଜିଲ୍ଲାସ୍ତରୀୟ ରତ୍ପାନୀ ଅଭିବୃଦ୍ଧି କମିଟି (ଡିଏଲ୍ଇପିସି) ଗଠନ କରାଯାଇ କେଉଁ ଜିଲ୍ଲାର କେଉଁ ଉତ୍ପାଦ ରତ୍ପାନୀଯୋଗ୍ୟ ତାହା ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି ଯାହା କେନ୍ଦ୍ର ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ଅଧିକ ସୁଗମ କରିପାରିବ ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟ ରତ୍ପାନୀଯୋଗ୍ୟ ଉତ୍ପାଦର କ୍ଷମତା ସରକାରଙ୍କ ନୀତି, ବ୍ୟବସାୟିକ ପରିବେଶ, ରତ୍ପାନୀ ଭିତିଭୂମି, ପରିବହନ ଯୋଗାଯୋଗ ଏବଂ ରତ୍ପାନୀ କାରବାର ଇତ୍ୟାଦି ଯାହା ଶିଳ୍ପ ବିକାଶ ଓ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିପାରିଛି ।

ନିକଟରେ ନିତି ଆୟୋଗ ପ୍ରସ୍ତୁତ କରିଥିବା ରପ୍ତାନୀ ପ୍ରସ୍ତୁତି ସୂଚୀରେ ଓଡ଼ିଶା ପଂଚମ ର୍ୟାଙ୍କ ପାଇଥିବା ମନ୍ତ୍ରୀ ସୂଚିତ କରି ଏହା ଦ୍ୱାରା ରାଜ୍ୟର ଏ କ୍ଷେତ୍ରରେ ରହିଥିବା କ୍ଷମତା ପ୍ରଦର୍ଶିତ ହେଉଥିବା ଦର୍ଶାଇ ଆମେ ଆମର ସମସ୍ତ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଚାଇବା ଉଦ୍ୟମ ରାଜ୍ୟ ସରକାର ଜାରି ରଖିଛନ୍ତି ବୋଲି ସେ କହିଥିଲେ । ଆଜିର ଏହି ବୈଠକ ରେ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇ ରାଜ୍ୟର ଆଭିମୁଖ୍ୟ ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ ।