ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ ମହାନ୍ତିଙ୍କ ନିର୍ଦେଶ : ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲରେ ଆରମ୍ଭ ହେଲା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

0 439
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ଗୁଜୁରାଟର ଅହମ୍ମଦାବାଦ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଚାଲିଯିବା ପରେ ଆମ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ଅଗ୍ନି ନିର୍ବାପକ ବ୍ୟବସ୍ଥା  ଯାଞ୍ଚ କରାଯିବ । ଯାହା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ, ରାଜ୍ୟରେ ଥିବା ସମସ୍ତ କୋଭିଡ଼ ହସ୍ପିଟାଲରେ ଅଧିକାରୀମାନେ ଫାୟାର ସେଫ୍ଟି ବ୍ୟବସ୍ଥା ଯାଞ୍ଚ କରିବେ । ଅହମ୍ମଦାବାଦ ସ୍ଥିତ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଏନେଇ ରାଜ୍ୟ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ନିର୍ଦେଶ ଦେଇଛନ୍ତି।

ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତାର ଯାଞ୍ଚ । କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତଦାରଖ କରିବେ ଅଧିକାରୀ । ରାଜ୍ୟର ବିଭିନ୍ନ ଜିଲାରେ ଥିବା କୋଭିଡ୍ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରର ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରିବାକୁ ଆସିଷ୍ଟାଂଟ୍ ଫାୟାର ଅଫିସର ଏବଂ ଡେପୁଟି ଫାୟାର ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟର ରୋଗୀଙ୍କ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରାଯାଇଛି ତାର ଯାଞ୍ଚ କରାଯିବ । ଏଥି ସହିତ ଯଦି କୌଣସି କୋଭିଡ୍ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ କିଛି ସମସ୍ୟା ଥାଏ ତେବେ ଯଥା ଶିଘ୍ର ଉପଯୁକ୍ତ ପଦକ୍ଷେପ ନେବାକୁ କୋଭିଡ଼ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଆସିଷ୍ଟାଂଟ ଫାୟାର ଅଫିସର ଓ ଡେପୁଟି ଫାୟାର ଅଫିସରମାନଙ୍କୁ ନିଜ ନିଜ ଅଂଚଳରେ ଥିବା କୋଭିଡ୍ ହସ୍ପିଟାଲ ଓ କୋଭିଡ କେୟାର ସେଂଟରର ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ କରିବାକୁ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଅହମ୍ମଦାବାଦ ସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ଜୀବନ ଯାଇଛି । ସେପଟେ ଅହମ୍ମଦାବାଦ କୋଭିଡ ହସ୍ପିଟାଲ ଦୁର୍ଘଟଣାକୁ ନେଇ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅଗ୍ନିକାଣ୍ଡରେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.

14 − eleven =

error: Content is protected !!
Open chat