ବଲାଙ୍ଗୀର : ବଲାଙ୍ଗୀର-ଟିଟିଲାଗଡ଼ ୨୬ନମ୍ବର ଜାତୀୟ ରାଜପଥ ଉପରେ ଧାନ ଗାଡ଼ି ରଖି ଆନ୍ଦୋଳନରେ ଥିବା ଚାଷୀଙ୍କୁ ବୁଝାସୁଝା କରୁଥିବା ବେଳେ ତହସିଲଦାର ଚନ୍ଦ୍ରମଣି ନାଗଙ୍କୁ ଆକ୍ରମଣ ହୋଇଛି । ରାସ୍ତାରୋକ ସମ୍ପର୍କରେ ତହସିଲଦାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଚାଷୀଙ୍କ ସହ ଆଲୋଚନା କରିବା ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଚାଷୀ ତଥା ପୂର୍ବତନ ପେକ୍ସ ସଭାପତି ଶୈଳେଶ ସାହୁ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ।
ଏନେଇ ତହସିଲଦାର ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆନ୍ଦୋଳନସ୍ଥଳକୁ ଯିବା ଆଗରୁ ଦେଓଗାଁ ଆଇଆଇସିଙ୍କୁ ତହସିଲଦାର ଫୋନ ମାଧ୍ୟମରେ ଜଣାଇଥିଲେ। ହେଲେ, ଥାନାଧିକାରୀ ଅନୁପସ୍ଥିତ ରହିଥିଲେ, ଯାହାଫଳରେ ତହସିଲଦାରଙ୍କୁ ଆକ୍ରମଣ ହେଲା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।