ରିଲିଜ୍‌ ହେଲା ଫିଲ୍ମ ପୋଷ୍ଟର ‘ଶଶାଙ୍କ’ – ସୁଶାନ୍ତଙ୍କ ଭଉଣୀଙ୍କ ଆହ୍ୱାନ , କହିଲେ – ‘ବୟକଟ୍‌ କର’

0 446
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୧/୦୯ : ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ରାଜ୍‌ ବବ୍ବର ଓ ନାଦିରା ବବ୍ବରଙ୍କ ପୁଅ  ଆର୍ଯ୍ୟ ବ୍ବର ,ଅନେକ ବଡ଼ ବଡ଼ ଫିଲ୍ମରେ ଛୋଟ ଛୋଟ ରୋଲ୍‌ କରିବା ପରେ ଏବେ  ସୋ ଛୋଟ ଛୋଟ ଫିଲ୍ମରେ  ବଡ଼ ରୋଲ୍‌ କରୁଛନ୍ତି । ନିକଟରେ  ତାଙ୍କର ପଞ୍ଜାବୀ  ଫିଲ୍ମ  ‘ଗାନ୍ଧୀ ଫେର୍‌ ଆ ଗେୟା’ ର ଟ୍ରେଲର ଲଞ୍ଚ୍‌  ତାଙ୍କର ପିତା  ମଧ୍ୟ ଟ୍ୱିଟ୍‌ରେ କରିଥିଲେ। କିନ୍ତୁ  ଏବେ ତାଙ୍କର ନୂଆ  ଫିଲ୍ମ  ସବୁଠୁ ହଟ୍‌ ଟପିକ୍‌ରେ ରହିଛି । ଯାହା  ସୁଶାନ୍ତ ସିଂହ ରାଜପୁତଙ୍କର ରହସ୍ୟପୂର୍ଣ୍ଣ ମୃତ୍ୟୁ ଉପରେ ଆଧାରିତ । କିନ୍ତୁ ଏବେ ଆର୍ଯ୍ୟ ବବ୍ବରଙ୍କ  ପୋଷ୍ଟର ଲଞ୍ଚ କରିବା କ୍ଷଣି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି  ରାଗି ଯାଇଛନ୍ତି । ଆଉ  ଫିଲ୍ମକୁ ବୟକଟ୍‌ କରିବାକୁ ଆହ୍ୱାନ କରିଛନ୍ତି ।

ସୁଶାନ୍ତଙ୍କ ନାଁ ସହ ମେଳ ଥିବା ଟାଇଟଲ ରଖାଯାଇଛି –

ଆର୍ଯ୍ୟ ବବ୍ବରଙ୍କର ଏହି ଫିଲ୍ମ ଟାଇଟଲ  ସୁଶାନ୍ତଙ୍କ ନାମରେ  ମିଶୁଥିବା ରଖାଯାଇଛି । ଟାଇଟଲ ରହିଛି ‘ଶଶାଙ୍କ’ ।  ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଗାନ୍ଧୀଗିରି  ଭଳି ଫିଲ୍ମର ନିର୍ଦ୍ଦେଶକ ସନୋଜ ମିଶ୍ରା  ଓ ପ୍ରଯୋଜକ  ହେଉଛନ୍ତି ,  ରୋର୍‌ ଫିଲ୍ମର ମାରୁତ  ସିଂହ । ପୋଷ୍ଟରରୁ ଏତିକି ଖାଲି ଜଣାପଡ଼ୁଛି ଯେ ,  ଖବରକୁ ଆସିବା ପାଇଁ ଏହି ଫିଲ୍ମର ଘୋଷଣା କରାଯାଇଛି । ଏବେ କିଛି ପ୍ରସ୍ତୁତ କରାଯାଇନାହିଁ ।

 ଆର୍ଯ୍ୟ ବବ୍ବର ମଧ୍ୟ ଏକ ସାକ୍ଷାତ୍‌କାରରେ  ଏହାର କାହାଣୀ ବିଷୟରେ କହିବାକୁ  ମନା କରି  କହିଥିଲେ କି ପରଦାରେ ଏହା ଜାଣିପାରିବେ  ଅର୍ଥାତ୍‌  ଯେତେ ଯେତେ ଏହି କେସ୍‌ରେ ନୂଆ ନୂଆ ତଥ୍ୟ  ସାମନାକୁ ଆସୁଛି , ତଦନ୍ତ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ , ଫିଲ୍ମର କାହାଣୀ ବି ବଢ଼ିଯିବ ଏବଂ ଏହିପରି ସୁଟ୍‌ ହେବ ଓ କି ନହେବ ଏହା କାହାକୁ ବା ଜଣା ।

ମାଗଣାରେ ପବ୍ଳିସିଟି ନେବା ପାଇଁ ଏହି କାମ  ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହଙ୍କୁ ପସନ୍ଦ ଆସିନାହିଁ । ସେ ଏହି ଫିଲ୍ମର ପୋଷ୍ଟର ସହ  ଜଡ଼ିତ  ଏକ ଫିଲ୍ମ କ୍ରିଟିକ୍‌ର ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ଏହା ସ୍ପଷ୍ଟ ଲେଖିଛନ୍ତି ଯେ,  ଏହି ଫିଲ୍ମର ବହିଷ୍କାର କରିବାକୁ ହେବ । ସେ ଏହା ବି ଲେଖିଛନ୍ତି ଫିଲ୍ମର ନୁହେଁ , ଏହାକୁ ପ୍ରମୋଟ୍‌ କରୁଥିବା  ଲୋକଙ୍କର ମଧ୍ୟ ବହିଷ୍କାର କର ।

ଶ୍ୱେତାଙ୍କର ଟ୍ୱିଟରରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଅଧିକ ଫଲୋୟର  ନଥିଲେ । କିନ୍ତୁ  ଏବେ ୩ ଲକ୍ଷରୁ ଅଧିକ  ହୋଇଯାଇଛନ୍ତି ଏବଂ ବଢ଼ି ଚାଲିଛନ୍ତି । ଆଉ ଏମିତିରେ ସୁଶାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଭଉଣୀଙ୍କ ଏହି ଆହ୍ୱାନ ନିଶ୍ଚୟ ପ୍ରଭାବ ପକାଇବ ।

Leave A Reply

Your email address will not be published.

two × 2 =

error: Content is protected !!
Open chat