ରେକର୍ଡ ମୁହାଁ ଓଡ଼ିଶା : ଆଜି ରାଜ୍ୟରେ ପୁଣି ୧୨୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ !! – ମୋଟ‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯ କୁ ବୃଦ୍ଧି

0 393
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ରାଜ୍ୟରେ ଆଜି ପୁଣି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୦୯୯ କୁ ବୃଦ୍ଧି ପାଇଛି। ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୧୭ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯ ରେ ପହଞ୍ଚିଛି।

ଆଜି ୨୭ ଜିଲ୍ଲାରୁ ଚିହ୍ନଟ ମୋଟ ୧୨୬୪ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୪୭ ଜଣ ତଥା ସ୍ଥାନୀୟ ଅଞ୍ଚଳରୁ ୪୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ – ୭, ବାଲେଶ୍ୱର ଜିଲ୍ଲାରୁ – ୯, ବରଗଡ଼ ଜିଲ୍ଲାରୁ – ୨୪, ଭଦ୍ରକ ଜିଲ୍ଲାରୁ – ୩୦, ବଲାଙ୍ଗୀର ଜିଲ୍ଲାରୁ – ୧, ବୌଦ୍ଦ ଜିଲ୍ଲାରୁ – ୨, କଟକ ଜିଲ୍ଲାରୁ – ୪୭, ଢେଙ୍କାନାଳ ଜିଲ୍ଲାରୁ – ୬,ଗଜପତି ଜିଲ୍ଲାରୁ – ୭୪, ଜଗତସିଂହପୁର ଜିଲ୍ଲାରୁ – ୪, ଯାଜପୁର ଜିଲ୍ଲାରୁ – ୧୭, ଝାରସୁଗୁଡ଼ା ଜିଲ୍ଲାରୁ – ୩, କଳାହାଣ୍ଡି ଜିଲ୍ଲାରୁ – ୭, କନ୍ଧମାଳ ଜିଲ୍ଲାରୁ – ୨୯, କେନ୍ଦ୍ରାପଡ଼ା ଜିଲ୍ଲାରୁ – ୮, କେନ୍ଦୁଝର ଜିଲ୍ଲାରୁ – ୨୫, ଖୋର୍ଦ୍ଧା -୧୩୭, କୋରାପୁଟ ଜିଲ୍ଲାରୁ – ୨୭, ମୟୁରଭଞ୍ଜ ଜିଲ୍ଲାରୁ – ୧୫, ନବରଙ୍ଗପୁର ଜିଲ୍ଲାରେ ୪, ନୟାଗଡ଼ ଜିଲ୍ଲାରୁ – ୬୧, ନୂଆପଡ଼ା ଜିଲ୍ଲାରୁ – ୧, ପୁରୀ ଜିଲ୍ଲାରୁ – ୨୨, ରାୟଗଡ଼ା ଜିଲ୍ଲାରୁ – ୮୪, ସମ୍ବଲପୁର ଜିଲ୍ଲାରୁ – ୨୦, ସୁନ୍ଦରଗଡ଼ ଜିଲ୍ଲାରୁ – ୬୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥ ସଂଖ୍ୟା ୧୩୭୪୯ ହେଲେଣି, ମୋଟ ୪୨୧୯୩୧ ଜଣଙ୍କ କୋଭିଡ୍ ଟେଷ୍ଟ ହୋଇଛି, ମୋଟ ଆକ୍ରାନ୍ତ ୨୧୦୯୯, ସକ୍ରୀୟ ଆକ୍ରାନ୍ତ ୭୨୦୫ ଜଣ ଅଛନ୍ତି ।

ସେହିପରି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ଆଜି ପୁଣି ରାଜ୍ୟରେ କରୋନା ନେଲା ୬ ମୁଣ୍ଡ । ଗଞ୍ଜାମ ଜିଲ୍ଲାରୁ ୫ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଛି। କରୋନା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୬ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ‌ ମୃତ୍ୟୁ ସଂଖ୍ୟା ୧୧୪ କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.

4 × 1 =

error: Content is protected !!
Open chat