ଲଂଚ ହେଲା କୋଭିସେଲ୍ଫ : ୨୫୦ ଟଙ୍କାରେ ନିଜେ ଘରେ କରିପାରିବେ କରୋନା ପରୀକ୍ଷା

0 375
greentech

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ କରୋନା ପରୀକ୍ଷା ପାଇଁ ଆପଣ ଟେଷ୍ଟିଙ୍ଗ ସେଣ୍ଟରକୁ ଯାଉଛନ୍ତି କି ? ଯଦି ହଁ ତେବେ ଆପଣଙ୍କୁ ସେଠାରେ ବି ସଂକ୍ରମଣର ଭୟ ରହୁଥିବ । ତେବେ ପ୍ରଥମ ଥର ପାଇଁ ଆଇସିଏମଆର ଭାରତର କରୋନାର ପ୍ରଥମ ହୋମ ଟେଷ୍ଟ କିଟକୁ ମଞ୍ଜୁରୀ ଦେଇଛି। ପୁନେର ମାଇ ଲ୍ୟାବ ଡ଼ିସକଭରୀ ସଲ୍ୟୁସନ ଦ୍ୱାରା ପ୍ରସ୍ତୁତ ଏହି କିଟର ନାମ କୋଭିସେଲ୍ଫ ରଖାଯାଇଥିବାବେଳେ ଏହାର ମୂଲ୍ୟ ୨୫୦ ଟଙ୍କା ରହିବ । ସେହିପରି ବିନା ପ୍ରେସକ୍ରିପସନରେ ଆପଣ ଔଷଧ ଦୋକାନରୁ କିମ୍ବା ଅନଲାଇନ କିଣିପାରିବେ।

ତେବେ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଜ ମୋବାଇଲରେ ଏକ ଆପ ଡାଉନଲୋଡ଼ କରିବାକୁ ପଡିବ । କିନ୍ତୁ ସ୍ୱାବ ସଂଗ୍ରହ ପାଇଁ କୌଣସି ସ୍ୱାସ୍ଥ୍ୟ କର୍ମୀଙ୍କର ଆବଶ୍ୟକତା ପଡିବ ନାହିଁ । ଆଇସିଏମଆରର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ ହୋମ ଟେଷ୍ଟିଙ୍ଗ କିଟ ଖୁବ ଶୀଘ୍ର ଔଷଧ ଦୋକାନରେ ଉପଲବ୍ଧ ହେବ।

ଏକ ବର୍ଷ ପୂର୍ବେ ପୁନେରେ ଥିବା ମାଇ ଲ୍ୟାବ ଡ଼ିସକଭରୀ ସଲ୍ୟୁସନ ପକ୍ଷରୁ ଭାରତରେ ପ୍ରଥମ ସ୍ବଦେଶୀ ଆର-ଟି-ପିସିଆର ପରୀକ୍ଷଣ କିଟ ବିକଶିତ କରାଯାଇଥିଲା । ବର୍ତ୍ତମାନ କୋଭିସେଲ୍ଫର ଉତ୍ପାଦନ କ୍ଷମତା ସପ୍ତାହକୁ ୭୦ ଲକ୍ଷ ଥିବାବେଳେ ଆଉ ଦୁଇ ସପ୍ତାହ ମଧ୍ୟରେ ଉତ୍ପାଦନ କ୍ଷମତା ୧ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମାଇ ଲ୍ୟାବର ନିର୍ଦ୍ଦେଶକ ସୁଜିତ ଜୈନ କହିଛନ୍ତି ।

Leave A Reply

Your email address will not be published.

two + 3 =

error: Content is protected !!
Open chat