ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ହେଲା ବେହାଲ: ଜଳବନ୍ଦୀ ଅବସ୍ଥାରେ ଅଧିକାଂଶ ଜିଲ୍ଲାବାସୀ

0 415
greentech

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ସବୁ ନଦୀ-ନାଳ : ରାଜ୍ୟରେ ଦେଖା ଦେଇଛି ବନ୍ୟା ଆଶଙ୍କା

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮ : ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିିବା ବେଳେ ପ୍ରାୟ ସମସ୍ତ ଅଞ୍ଚଳ ପ୍ରଭାବିତ ହୋଇଛି । ଗତକାଲି ମଙ୍ଗଳବାର ଅପରାହ୍ନ ଠାରୁ ସମଗ୍ର ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ରାତ୍ରୀତମାମ ମୁଷଳଧାରାରେ ବର୍ଷା ହେବା ସହ ବୁଧବାର ଦିନ ମଝିରେ ମଝିରେ ସାମାନ୍ୟ ବିରତି ଦେଇ ବର୍ଷା ଲାଗିରହିଛି । ଫଳରେ ରାଜ୍ୟର ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ବୌଦ୍ଧ ପ୍ରମୁଖ ସବୁ ଅଞ୍ଚଳର ଅବସ୍ଥା ବେହାଲ ହୋଇପଡିଛି । ୩୦ଟି ଯାକ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଥିବା ବେଳେ ଲୋକମାନେ ଏକପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ରାଜ୍ୟର ଅଧିକାଂଶ ତଳିଆ ଅଞ୍ଚଳର ଅବସ୍ଥା ନ କହିବା ଭଲ । ପ୍ରମୁଖ ସହର ମାନଙ୍କରେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଡ୍ରେନ ତିଆରି ହେଉଛି ହେଲେ ଡ୍ରେନର ଆଉଟଲେଟ ବ୍ୟବସ୍ଥା କରାଯାଇ ନଥିବାରୁ ପାଣି ନିଷ୍କାସିତ ହୋଇ ନପାରି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟରେ ରହିଥିବା ଅନେକ ଡ୍ରେନ ମେଣ୍ଟେନାନ୍ସ ଅଭାବରୁ ଏକ ପ୍ରକାର ପୋତି ହୋଇ ପଡିଥିବା ବେଳେ ଅଧିକାଂଶ ଡ୍ରେନ ଉପରେ ସ୍ଲାବ ନଥିବା କାରଣରୁ ସେସବୁ ମଶା ବଂଶ ବୃଦ୍ଧି ପାଇଁ ବେଶ ସୁହାଉଅଛି ।

ଗତକାଲିି ଠାରୁ ଆରମ୍ଭ ହୋଇଥିବା ଏହି ଲଘୁଚାପ ଜନିତ ପ୍ରବଳ ବର୍ଷା ଫଳରେ ରାଜ୍ୟର ବାରିପଦା, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ପ୍ରମୁଖ ସହର ମାନଙ୍କର ଅବସ୍ଥା ମଧ୍ୟ ବେହାଲ ହୋଇପଡିଛି । ଏପରିକି ଅନେକ ଅଞ୍ଚଳର ରାସ୍ତା ଘାଟ ସହ ଘର ଭିତରେ ମଧ୍ୟ ବର୍ଷା ପାଣି ପଶିଛି । ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଡ୍ରେନ କାମ ହେଉଛି, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଡ୍ରେନ କାମକୁ ଅଧା ରାସ୍ତାରେ ଛାଡି ଦିଆଯାଉଛି । ଡ୍ରେନ ମାନଙ୍କରେ ଆଉଟଲେଟ ରହୁ ନାହିଁ, ଫଳରେ ଡ୍ରେନରୁ ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ପ୍ରବାହିତ ହେବା ସହ ଲୋକ ମାନଙ୍କର ଘରେ ପାଣି ପଶୁଛି । ଲୋକଙ୍କ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶି ଥିବାରୁ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାଜ୍ୟର ତଳିଆ ଅଞ୍ଚଳ ମାନଙ୍କରେ ଗତକାଲି ରାତିଠାରୁ ବର୍ଷା ପାଣି ପଶିଥିବା କାରଣରୁ ଲୋକଙ୍କ ଘରେ ରୋଷେଇ ବାସ ବନ୍ଦ ହୋଇଯାଇଛି । ଲୋକଙ୍କୁ ଭୋକ ଉପାସରେ ରହିବାକୁ ପଡୁଛିି । ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ରାଜ୍ୟର ବାଲେଶ୍ୱର, ମୟୂରଭଂଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପ୍ରମୁଖ ଜିଲ୍ଲାରେ, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ସବୁ ନଦୀ-ନାଳ ବହୁଳ ଭାବେ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ନଦୀରେ ବିପଦ ସଂଙ୍କେତ ଉପରେ ପାଣି ପ୍ରଭାବିତ ହେଉଥିବା ସୂଚନା ମିଳିଛି । ସେଭଳି କିଛି ନଦୀରେ ଜଳସ୍ତର ବୃଦ୍ଧି ହେଉଥିବାରୁ ଯାତାୟତ ଓ ଗମନାଗମନ ମଧ୍ୟ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.

one × five =

error: Content is protected !!
Open chat