ଲଞ୍ଚ ହେଲା ଏଲଜି ଇଣ୍ଡିଆର ଅନଲାଇନ ଷ୍ଟୋର ‘ଡାଇରେକ୍ଟ-ଟୁ-କଞ୍ଜୁମର’ ଚ୍ୟାନେଲ ବିଜନେସ : ଏବେ ଗ୍ରାହକଙ୍କ ଘରେ ସିଧାସଳଖ ଜିନିଷ ପହଞ୍ଚାଇବ

0 415
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏଲଜି ଗ୍ରାହକଙ୍କ ନିକଟକୁ ସିଧା ପହଞ୍ଚାଇବା ପାଇଁ ‘ଡାଇରେକ୍ଟ-ଟୁ-କଞ୍ଜୁମର ଚ୍ୟାନେଲ’ ଲଞ୍ଚ କରିଛି। ପ୍ରତ୍ୟେକ ଗ୍ରାହକଙ୍କ ରୁଚିକୁ ଆଖି ଆଗରେ ରଖି ଇ-କମର୍ସ କମ୍ପାନୀଙ୍କ ପରି ଗ୍ରାହକମାନେ ଅନ୍ୟ ଉତ୍ପାଦ ବ୍ୟତୀତ ଇଲେକ୍ଟ୍ରୋନିକ୍ସ ଉପକରଣକୁ କିଣିବା ପାଇଁ ମଧ୍ଧ ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମକୁ ଯାଉଛନ୍ତି । ଯେତେବେଳେ କରୋନା ଭାଇରସର ପ୍ରକୋପ ପରେ ଅନଲାଇନ୍ ବିକ୍ରି ବଢ଼ୁଛି, ସେହି ସମୟରେ ଏଲଜି ଇଲେକ୍ଟ୍ରୋନିକ୍ସ କମ୍ପାନୀ ବଡ଼ ଇ-କମର୍ସ ପ୍ଲାଟଫର୍ମ ଲଞ୍ଚ କରିଛି ।

ଏଲଜି ଇଣ୍ଡିଆ ଡି ଟୁ ସି ଚ୍ୟାନେଲ ଆରମ୍ଭରେ କେବଳ କିଛି ସୀମିତ ଉତ୍ପାଦ ସହ ସୀମିତ ସହରରେ ଜିନିଷ ଡେଲିଭର କରିବ । ଏହାର ଯୋଜନା କିନ୍ତୁ ରହିଛି ଯେ ଡେଲିଭରି ନେଟଓ୍ବାର୍କକୁ ଯୋଡ଼ି ସମଗ୍ର ଦେଶରେ ବିସ୍ତାର କରିବା। ଏଲଜି ଇଣ୍ଡିଆର ଅନଲାଇନ ବିଜନେସ୍ ହେଡ ପିଟିଆଇକୁ କହିଛନ୍ତି ଯେ ଆମେ ନିଜର ଡାଇରେକ୍ଟ-ଟୁ-କଞ୍ଜୁମର ଅନଲାଇନ୍ ଷ୍ଟୋର ଲଞ୍ଚ କରିଛୁ। ଏବେ ଏଲଜି ଡଟ୍ କମରେ ଆସୁଥିବା ଗ୍ରାହକ ଅଧିକ ସୂଚନା ନେବା ବ୍ୟତୀତ ଉତ୍ପାଦ ମଧ୍ୟ କିଣି ପାରିବେ। ଏହା ଅନୁସାରେ,ଏହି ଡି ଟୁ ସି ଚ୍ୟାନେଲ୍ ଭାରତରେ ଏଲଜି ବିଜନେସ୍ ପାଇଁ କମ୍ପ୍ଲିମେଣ୍ଟାରି ହେବ, ଅଫଲାଇନ୍ ରିଟେଲ ଏହି ବିଜନେସର ମୂଳ ଅଟେ। ଏଲଜି ସ୍ଥାନୀୟ ଗୋଦାମର ନିଜ ନେଟଓ୍ବାର୍କର ଉପଯୋଗ କରିବ, ଯେଉଁଠାରେ ସେ ଥାର୍ଡ଼ ପାର୍ଟି ନେଟଓ୍ବାର୍କର ଉପଯୋଗ କରି ଗ୍ରାହକଙ୍କ ଅର୍ଡ଼ର ତାଙ୍କ ପାଖକୁ ପହଞ୍ଚାଇବ।

ଇ-କମର୍ସ ଇକୋସିଷ୍ଟମରେ ଲକଡାଉନ୍ ସମୟରେ ଘରୋଇ ଜିନିଷ ଏବଂ ଇଲେକ୍ଟ୍ରୋନିକ୍ସର ଚାହିଦା ବଢ଼ୁଛି। ଗ୍ରାହକ ନିଜ ଘରେ ରହି ଆରାମରେ ଜିନିଷ କିଣିବାକୁ ଚାହୁଁଛନ୍ତି। ମହାମାରୀ କାରଣରୁ ଲୋକେ ଘରେ ରହିବାକୁ ଠିକ୍ ମଣୁଛନ୍ତି । ତେଣୁ ଆଶା କରାଯାଉଛି ଯେ ଘରୋଇ ଉପକରଣ ଏବଂ ମନୋରଞ୍ଜନ ଉପକରଣ ବିକ୍ରି ବୃଦ୍ଧି ପାଇବ। ଏଲଜି ଆରମ୍ଭରେ କିଛି ବଛା ବଛା ସହରରେ ଡି ଟୁ ସି ଚ୍ୟାନେଲ୍ ମାଧ୍ୟରେ ଉତ୍ପାଦର ଡେଳିଭରି ଆରମ୍ଭ କରିବ, ଯେଉଁଥିରେ ଦିଳ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଗାଜିଆବାଦ, ଗୁଡ଼ଗାଁଓ, ନୋଏଡ଼ା, କୋଲକାତା ଏବଂ ବେଙ୍ଗାଲୁରୁ ଆଦି ମହାନଗର ସାମିଲ ରହିଛି ।

Leave A Reply

Your email address will not be published.

thirteen − one =

error: Content is protected !!
Open chat