ଲଦାଖରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ

0 398
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଲଦାଖରେ ବୌଦ୍ଧଧର୍ମ ଅଧ୍ୟୟନ କେନ୍ଦ୍ର ଓ ଅନ୍ୟାନ୍ୟ ବିଷୟ ଥିବା ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବାର ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ଇଞ୍ଜିନିୟରିଙ୍ଗ୍ ଏବଂ ଡାକ୍ତରୀ ଶିକ୍ଷାକୁ ଛାଡ଼ି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ଲିବେରାଲ୍ ଆର୍ଟସ୍ ଏବଂ ବେସିକ୍ ସାଇନ୍‌ସେସ୍ ଭଳି ସମସ୍ତ କୋର୍ସ ଲାଗି ଡିଗ୍ରି ପ୍ରଦାନ କରିବ। ଏହାଦ୍ବାରା ଉଚ୍ଚ ଶିକ୍ଷା ନିମନ୍ତେ ଘର ଠାରୁ ଶହ ଶହ କିଲୋମିଟର୍ ଦୂରକୁ ଯିବାକୁ ବାଧ୍ୟ ହେଉଥିବା ୧୦ ହଜାର ଭଳି ଲଦାଖୀ ଶିକ୍ଷାର୍ଥୀ ଉପକୃତ ହେବେ। ଆନୁଷ୍ଠାନିକ ଭାବେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏହି ଯୋଜନା କାର୍ଯ୍ୟକାରୀ‌ ହେବ ବୋଲି ଶିକ୍ଷାମନ୍ତ୍ରାଳୟ ଆଶା କରୁଛି।

Image Courtesy of Hindustan Times

କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଓ ଜମ୍ମୁ ଓ କଶ୍ମୀର ଲାଗି ବର୍ଷକ ମଧ୍ୟରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ସୋମବାର ଦିନ ଏକ ବୈଠକରେ ସମୀକ୍ଷା କରାଯିବା ପରେ ପ୍ରଧାନମନ୍ତ୍ରୀ ବିଶ୍ବବିଦ୍ୟାଳୟ ସ୍ଥାପନା ପ୍ରସ୍ତାବ ଅନୁମୋଦନ କରିଥିଲେ। ଆସନ୍ତା ଅଳ୍ପ କେତେ ମାସ ମଧ୍ୟରେ ଜନଜୀବନର ଉନ୍ନତି ନିମନ୍ତେ କରାଯିବାକୁ ଥିବା ଯୋଜନା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ ଏବଂ ବହୁ ଶୀର୍ଷସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ

Leave A Reply

Your email address will not be published.

one × 4 =

error: Content is protected !!
Open chat