ଲାଲକିଲାରେ ଦୀପୁ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କଲା ଦିଲ୍ଲୀ ପୁଲିସ

0 313
greentech

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରି ୨୬ ତାରିଖରେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ମାମଲାରେ ଗିରଫ ହୋଇଥିବା ଦୀପ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ ଶନିବାର କ୍ରାଇମବ୍ରାଞ୍ଚ ଟିମ ଚାଣକ୍ୟପୁରୀରୁ ଲାଲକିଲା ନେଇ ପହଞ୍ଚିଥିଲେ। ଏଠାରେ ସାଧାରଣତନ୍ତ୍ର ଦିବସରେ ହୋଇଥିବା ଘଟଣାକ୍ରମର କ୍ରାଇମ୍ ସିନ୍ ରିକ୍ରିଏଟ କରାଯାଇଥିଲା।

ଏହି ହିଂସା ଘଟଣାରେ ଧରାପଡ଼ିବା ପରେ ଦୀପ ସିଦ୍ଧୁ କହିଥିଲେ କି , ‘ମୁଁ ଭାବୁକ ହୋଇ ଚାଷୀଙ୍କ ସହିତ ଯୋଡ଼ି ହୋଇଯାଇଥିଲି। ମୋର କୌଣସି କୋଠରପନ୍ଥୀଙ୍କ ସହ ସମ୍ପର୍କ ନାହିଁ।  ଲକଡାଉନ ସମୟରେ ଓ ପରେ ମୋତେ କୌଣସି କାମ ମିଳି ନଥିଲା। ଅଗଷ୍ଟ ମାସରେ ଯେତେବେଳେ ଚାଷୀ ଆନ୍ଦୋଳନ ପଞ୍ଜାବରେ ଆରମ୍ଭ ହୋଇଥିଲା ମୁଁ ଏଥିପ୍ରତି ଆକର୍ଷିତ ହୋଇଯାଇଥିଲି।

ନଭେମ୍ବର ୨୮ ତାରିଖରେ ଚାଷୀମାନଙ୍କ ସହିତ ଦିଲ୍ଲୀରେ ପହଞ୍ଚିଥିଲି। ସାଧାରଣତନ୍ତ୍ର ଦିବସ ପ୍ୟାରେଡର କିଛିଦିନ ପୂର୍ବରୁ ମୁଁ ନିଜର ସମର୍ଥକଙ୍କ ସହିତ ନିଶ୍ଚିତ କରିଥିବା ରାସ୍ତାରେ ଭଙ୍ଗାରୁଜା କରିବାକୁ ସ୍ଥିର କରିଥିଲି। ଏହି ସମୟରେ ସ୍ବେଚ୍ଛାସେବୀମାନଙ୍କ ଜ୍ୟାକେଟ ଚୋରି କରିବାକୁ ବି ସମର୍ଥକମାନଙ୍କୁ କହିଥିଲି।’

କେବଳ ଏତିକି ନୁହେଁ, ଦୀପ ସିଦ୍ଧୁ ପ୍ରଥମରୁ ହିଁ ଯୋଜନା କରିଥିଲା କି ଲାଲକିଲା ସମେତ ଯଦି ସମ୍ଭବ ହୁଏ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ପହଞ୍ଚିବ। ଯାଞ୍ଚ ସମୟରେ ଜଣାପଡ଼ିଛି କି ଫେରାର ଥିବା ଜୁଗରାଜ ସିଂହଙ୍କୁ ସ୍ବତନ୍ତ୍ର ଭାବେ ଧାର୍ମିକ ପତାକା ଉଡ଼ାଇବାକୁ ଅଣାଯାଇଥିଲା। ଜୁଗରାଜ ପ୍ରାୟତଃ ଗୁରୁଦ୍ବାରରେ ପତାକା ଉଡ଼ାଇବା କାମ କରିଥାଏ।

ଦିନ୧୨.୨୧ରେ କ୍ରାଇମ ବ୍ରାଞ୍ଚ ଟିମ ଦୀପ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ ସେହି ସ୍ଥାନକୁ ଯାଇଥିଲେ ଯେଉଁଠାରେ ସେଦିନ ହିଂସା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.

five + 8 =

error: Content is protected !!
Open chat