ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ : ଅର୍ଥନୈତିକ ସର୍ଭେ

0 332
greentech

ଭୁବନେଶ୍ବର : ଲୋକଙ୍କୁ ମୌଳିକ ଆବଶ୍ୟକତା ଯେପରିକି ସ୍ବଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଆଦି ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ ରହିଛି । ଏପରି ଏକ ନିରାଶାଜନକ ତଥ୍ୟ ପ୍ରଦାନ କରିଛି ଆଜି ଲୋକସଭାରେ ଆଗତ ହୋଇଥିବା ବର୍ଷ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ।

ଗତ ୨୦୧୨ ତୁଳନାରେ ୨୦୧୮ ବେଳକୁ ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାରେ ୪ଟି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରା ସମଗ୍ର ଦେଶରେ ପଛୁଆ ରହିଛନ୍ତି ।

ଲୋକମାନଙ୍କୁ ମିଳୁଥିବା ମୌଳିକ ଆବଶ୍ୟକତାକୁ ପରିମାପ କରିବାକୁ କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ ଅଫିସ (ଏନଏସଓ) ପକ୍ଷରୁ ମୌଳିକ ଆବଶ୍ୟକତା ସୂଚକାଙ୍କ (ବିଏନଆଇ)ର ବ୍ୟବହାର କରାଯାଏ । ଅଧିକ ବିଏନଆଇର ଗୋଟିଏ ରାଜ୍ୟର ଅର୍ଥନୈତିକ ଉନ୍ନତିର ଏକ ସୂଚକ ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ  କେରଳ, ଗୁଜୁରାଟ, ଦିଲ୍ଲୀ, ଗୋଆ, ମିଜୋରାମ, ସିକ୍କିମ, ପଂଜାବ, ହରିୟାଣାର ବିଏନଆଇ ସମଗ୍ର ଦେଶରେ ଅଧିକ ଓ  ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରାର ବିଏନଆଇ ସମଗ୍ର ଦେଶରେ ସର୍ବନିମ୍ନ । ଅର୍ଥାତ ଲୋକଙ୍କୁ ସର୍ବନିମ୍ନ ଆବଶ୍ୟକତା ଯୋଗାଇବାରେ ଏହି ୪ଟି ରାଜ୍ୟ ଦେଶରେ ପଛୁଆ ।

ସେହିପରି ହରିୟାଣା, ଗୁଜୁରାଟ, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର,ମଧ୍ୟପ୍ରଦେଶ, ଛତିଶଗଡ଼, ସିକ୍କିମ, ଆସାମ, ଅରୁଣାଚଳପ୍ରଦେଶ ଆଦି ରାଜ୍ୟ ଗତ ୨୦୧୨ ତୁଳନାରେ ୨୦୧୮ ବେଳକୁ ନିଜ ସ୍ଥିତିରେ ଦ୍ରୁତ ଉନ୍ନତି ହାସଲ କରିଛନ୍ତି ।

Leave A Reply

Your email address will not be published.

eleven + 1 =

error: Content is protected !!
Open chat