ଲୋକ ସଭା, ରାଜ୍ୟ ବିଧାନସଭା ଏବଂ ମ୍ୟୁନିସିପାଲିଟି ତଥା ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରଚଳନ ନେଇ କେନ୍ଦ୍ର ସରକାରଙ୍କ ବିଚାର

0 466
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮: ଲୋକ ସଭା, ରାଜ୍ୟ ବିଧାନସଭା ଏବଂ ମ୍ୟୁନିସିପାଲିଟି ତଥା ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରଚଳନର ସମ୍ଭାବ୍ୟତାକୁ ନେଇ ସରକାର ବିଚାର ବିମର୍ଶ ଚଳାଇଛନ୍ତି। ଏହାଦ୍ୱାରା ପାତରଅନ୍ତର ଦୂର ହେବା ସହ ଭୋଟର ତାଲିକାରେ ସମାନତା ଅଣାଯାଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।


ବର୍ତ୍ତମାନର ବ୍ୟବସ୍ଥାରେ ନିର୍ବାଚନ କମିଶନ ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ଗୋଟିଏ ଭୋଟର ତାଲିକା ପ୍ରସ୍ତୁତ କରୁଛି। ସେହିପରି ପୌରସଂସ୍ଥା, ଏନ୍‌ଏସି, ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଗୁଡ଼ିକ ଅଲଗା ଅଲଗା ଭୋଟର ତାଲିକା ପ୍ରସ୍ତୁତ କରୁଛନ୍ତି। ସମସ୍ତ ନିର୍ବାଚନ ପାଇଁ ଯେପରି ଗୋଟିଏ ଭୋଟର ତାଲିକା ହୋଇପାରିବ ସେ ଦିଗରେ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏହାଦ୍ୱାରା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବା ସହ ସମୟ ମଧ୍ୟ ବଞ୍ଚତ୍ପାରିବ।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ନିଜସ୍ବ ଆଇନ ପ୍ରଣୟନ କରିବା କ୍ଷମତା ରାଜ୍ୟଗୁଡ଼ିକର ରହିଛି। ତିନି ପ୍ରକାର ନିର୍ବାଚନକୁ ଗୋଟିଏ ଭୋଟର ତାଲିକାରେ କରିବା ଲାଗି ଇସିଙ୍କ ଦ୍ୱାରା ପ୍ରସ୍ତୁତ ଭୋଟର ତାଲିବା ବ୍ୟବହାର ଲାଗି ରାଜ୍ୟଗୁଡ଼ିକୁ କୁହାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏନେଇ ଚଳିତ ମାସ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଇନ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନର ଉଚ୍ଚ ପଦାଧିକାରୀମାନଙ୍କ ବୈଠକ ଡକାଯାଇଥିଲା। ଗୋଟିଏ ଭୋଟର ତାଲିକା ଚିନ୍ତାଧାରାକୁ ନିର୍ବାଚନ କମିଶନ, ଆଇନ କମିଶନ, ଆଇନ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏବଂ କାର୍ମିକ ମନ୍ତ୍ରଣାଳୟ ସମର୍ଥନ ଜଣାଇଛନ୍ତି।

Leave A Reply

Your email address will not be published.

17 − two =

error: Content is protected !!
Open chat