ଶ୍ରୀକ୍ଷେତ୍ର ରେ ଲାଗିଲା ପ୍ରବେଶ କଟକଣା : ବିନା କାରଣରେ ପୁରୀକୁ ଯାଇପାରିବେ ନାହିଁ

0 164
greentech

ପୁରୀ (କଳିଙ୍ଗ ଜ୍ୟୋତି), ୦୫।୦୭ : ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଅନେକ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି । ପୁରୀକୁ ପ୍ରବେଶ କରିବା ପାଇଁ ଥିବା ୩ଟି ରାସ୍ତାରେ ନାକାବନ୍ଦୀ କରି ଯାଂଚ କରାଯିବ । ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ ଓ ଜଗନ୍ନାଥ ସଡକରେ କଡାକଡି ଭାବେ ଯାଂଚ କରାଯିବ । ତେବେ ଯେଉଁମାନେ ପ୍ରବେଶ କରିବେ ସେମାନଙ୍କୁ ସେଠାରେ ନିଜର ସମସ୍ତ ତଥ୍ୟ ଦେବାକୁ ପଡିବ । ଯାଂଚ ବେଳେ ଆବଶ୍ୟକ ନଥିବା ଲୋକଙ୍କୁ ଛଡାଯିବ ନାହିଁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଂଚିଥିବା ବେଳେ  ଏହି ପରିପ୍ରେକ୍ଷୀରେ ପୁରୀ ପ୍ରବେଶ ଉପରେ କଟକଣା ଲାଗିଛି ।  ଆଉ ନିୟମ ଭାଙ୍ଗିଲେ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

କାଲିଠୁ ଆବଶ୍ୟକ ନଥିବା ଲୋକଙ୍କୁ ପୁରୀକୁ ଛଡାଯିବ ନାହିଁ । ମହାମାରୀ କରୋନା ଏବେ ପ୍ରତିବନ୍ଧକ ହୋଇ ରହିଛି । ଏହାଛଡା କାଲିଠୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା କଡାକଡି କରାଯିବ । ବିନା କୌଣସି କାରଣରେ ୩୧ ଜୁଲାଇ ପର୍ଯ୍ୟନ୍ତ କେହି ପୁରୀକୁ ପ୍ରବେଶ କରିପାରିବେ ନାହିଁ । ଆଉ ଯଦି କିଏ ଯିବେ ସେମାନେ ପୂର୍ବରୁ ପଂଜୀକରଣ କରିବେ ବୋଲି ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ପ୍ରଦାନ କରିଛନ୍ତି । ଏବେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କ ଚିନ୍ତା ବଢୁଛି । କରୋନାକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବେକାବୁ ପାଲଟିଛି ମହାମାରୀ କରୋନା ।

Leave A Reply

Your email address will not be published.

11 + twelve =

error: Content is protected !!
Open chat