ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା : ମହାପ୍ରସାଦ ପାଇ ବିଭୋର ହେଲେ ଭକ୍ତ

0 427
greentech

ପୁରୀ, (କଳିଙ୍ଗ ଜ୍ୟୋତି) ୦୬/୦୭ : ଚତୁର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରା ଶେଷ କରି ବାହୁଡିଛନ୍ତି ଶ୍ରୀମନ୍ଦିର। ସରିଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ଖାଲିପଡିଥିବା ରତ୍ନସିଂହାସନ ମହାପ୍ରଭୁଙ୍କୁ ପାଇ ଶୋଭାବର୍ଦ୍ଧନ କରୁଛି । ନୀଳକନ୍ଦରରେ ବିରାଜମାନ କରିଛନ୍ତି କଳା ଠାକୁର । ରବିବାର ମହାପ୍ରଭୁଙ୍କୁ ଲାଗି ହୋଇଛି ମହାପ୍ରସାଦ । ଭକ୍ତ ପାଇଛନ୍ତି ନୀଳାଚଳ ଅବଢା । ଶ୍ର୍ରୀଗୁଣ୍ଡିଚା ଯାତ୍ରାଠାରୁ ଶ୍ରୀମନ୍ଦିରରେ ଅବଢା ବନ୍ଦ ରହିଥିଲା ।

ରବିବାର ଭୋର ୭ଟା ୩୦ରେ ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା । ଏହାପରେ ମନ୍ଦିର ଭିତର ଶୋଧ କରା ଯାଇ ସକାଳ ୮ଟା ୨୦ରେ ମଙ୍ଗଳଆଳତୀ ହୋଇଥିଲା । ପରେ ଅଧରପୋଛା ନୀତି ସମ୍ପନ୍ନ କରାଯାଇ ୧୦ଟାରେ ଅବକାଶ ନୀତି ବଢିଥିଲା । ଏହା ପରେ ଅନ୍ୟାନ୍ୟ ନୀତି ବଢିଲା ପରେ ସକାଳ ୧୧ଟା ୪୦ରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା ।ଏହା ପରେ ସକାଳ ଧୂପ୧୨ଟା ୫୫ରୁ ଆରମ୍ଭ ହୋଇ ମଧ୍ୟାହ୍ନ ଧୂପ ଟାରେ ବଢିଥିଲା । ମାତ୍ର ଅପରାହ୍ନରେ ଭୋଗମଣ୍ଡପ ବଢି ବାହାରିଥିଲା ନୀଳାଚଳ ଅବଢା । ହେଲେ କୋଭିଡ୍-୧୯ ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ବାରଣ ହୋଇଥିଲା ବେଳେ ଅବଢା ପାଇଁ ଭକ୍ତମାନେ ଆନନ୍ଦବଜାରକୁ ଯାଇପାରିନଥିଲେ । ବାହାରେ ନୀଳାଚଳ ଅବଢା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

four × two =

error: Content is protected !!
Open chat