ଶ୍ରୀଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା: ଦୀପ ଜାଳିବା ପାଇଁ ଏକାଠି ବସି ପାରିବେ ନାହିଁ ଶ୍ରଦ୍ଧାଳୁ

0 483
greentech

ଭୁବନେଶ୍ବର: ମାର୍ଚ୍ଚ ୧୧ରେ ପଡୁଛି ମହାଶିବ ରାତ୍ରୀ। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପାଳନ କରାଯିବ। ଏଥର କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହେବ। କୋଭିଡ୍‌ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ, କିନ୍ତୁ ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକାଠି ବସି ପାରିବେ ନାହିଁ। ଅପରପକ୍ଷରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେବାୟତ ନିଯୋଗଙ୍କ ସହ ପୁଲିସ ପ୍ରଶାସନର ବୈଠକ ପରେ ନିଷ୍ପତ୍ତି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବ। ଏଥିପାଇଁ କିଶନରେଟ୍‌ ପୁଲିସ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରର ୩ ସେବାୟତ ନିଯୋଗ ସହ ଆଜି ଆୟୋଜିତ ବୈଠକରେ ଆଲୋଚନା କରାଯାଇଛି। କୋଭିଡ କଟକଣା ଭିତରେ ଶ୍ରୀଲିଙ୍ଗରାଜ ମନ୍ଦିରରେ କିଭଳି ଜାଗର ଯାତ୍ରା ପାଳନ କରାଯିବ ସେଥିପାଇଁ ବୈଠକରେ ଆଲୋଚନା କରାଯାଇଛି। ଶାନ୍ତି ଶୃଙ୍ଖଳାରେ କିଭଳି ଶ୍ରଦ୍ଧାଳୁ କିଳଭି ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ ଏବେ ଜାଗର ଦୀପ ଜାଳିବେ ତା ଉପରେ ବୈଠକରେ ଆଲୋଚନା କରାଯାଇଥିଲା। । କୋଭିଡ୍‌ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ, କିନ୍ତୁ ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକାଠି ବସି ପାରିବେ ନାହିଁ। ଅପରପକ୍ଷରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.

sixteen + 8 =

error: Content is protected !!
Open chat