ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ହେବ ନବକଳେବର

0 538
greentech

ସାକ୍ଷୀଗୋପାଳ  : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସତ୍ୟବାଦୀ ଯୁଗର ପଞ୍ଚସଖା ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ୧୯୦୯ ମସିହାରେ ପ୍ରତିଷ୍ଠିତ ଐତିହାସିକ ସତ୍ୟବାଦୀ ସତ୍ୟବାଦୀ ବନ ବିଦ୍ୟାଳୟର ପରବର୍ତ୍ତୀ ଅନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ନବକଳେବର କରାଯିବ। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏନେଇ ପୁରୀ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନୀତିଶ ସେନ ଆଜି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ଉନ୍ନୟନ ନିମନ୍ତେ ୧୨ ଲକ୍ଷ ଟଙ୍କା ଅନୁଦାନ ଆସିଅଛି।
ଏହି ଅର୍ଥରେ ଶ୍ରେଣୀ କକ୍ଷ ମରାମତି ଓ ୪ ଗୋଟି ପାଇଖାନା ନିର୍ମାଣ କରାଯିବ। ମୁଖ୍ୟ ଫାଟକ ମରାମତି ଓ ସୌନ୍ଦର୍ଯ୍ୟ କରଣ କରାଯିବ।

ଏଥି ସହିତ ବିଦ୍ୟାଳୟ ପରିସରରେ ସ୍ଥାପିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଓ ମଣ୍ଡପର ନବୀକରଣ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସେନ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା ଓ ପ୍ରଧାନ ଶିକ୍ଷୟିତ୍ରୀ ଭବମ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

14 − 3 =

error: Content is protected !!
Open chat