ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ

0 530
greentech

ଯାଜପୁର/ବିଂଝାରପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮ : ବିଂଝାରପୁର ବ୍ଳ୍‌କର କଲ୍ୟାଣପୁର ଓ ରଣପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏହି ଦୁଇ ପଞ୍ଚାୟତର ଜଳବନ୍ଦୀରେ ରହିଥିବା ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଥିଲେ । କଲ୍ୟାଣପୁର ପଞ୍ଚାୟତର ଇଚ୍ଚ୍ଥାପୁର ଓ ସମଲପୁର ଗ୍ରାମ ମଧ୍ୟରେ ପାଣି ପଶିଯାଇଥିବାରୁ ଲୋକ ମାନଙ୍କର ଦୁର୍ଦ୍ଦଶାକୁ ଉଭୟ ବିଧାୟିକା ଓ ଅତିରିକ୍ତ ଜିଲ୍ଲାପାଳ ଡଙ୍ଗା ମାଧ୍ୟମରେ ଯାଇ ଅନୁଧ୍ୟାନ କରିଥିଲେ । ପରେ ରଣପୁର ପଞ୍ଚାୟତର କଣ୍ଟିପୁର ଗ୍ରାମର ବିଭିନ୍ନ ଅଞ୍ଚଳ ଲୁଣିଡିହ, କୁମ୍ଭାରସାହି, ଘାଇକୂଳ, ରଣପୁର, ବଟେଶ୍ୱର ଇତ୍ୟାଦି ଅଞ୍ଚଳକୁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଅତ୍ୟାବଶ୍ୟକୀୟ ପାଇଁ ଚୁଡା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାପାଳ ୩ ଦିନ ପାଇଁ ରିଲିଫ ଘୋଷଣା କରିଥିବାରୁ ତାହା ବଣ୍ଟନ କରାଯାଉଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେବା ସହ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା ହୋଇଚ୍ଥି ବୋଲି କହିଥିଲେ । ସେହିପରି ଗୋ-ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଲୋକ ମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତମାନ ସଂପୂର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବାରୁ ଗୋରୁଗାଈ ମାନଙ୍କର ଖାଦ୍ୟର ଅଭାବ ରହିଛି । ତେଣୁ ଗୋ-ଖାଦ୍ୟ ପରିମାଣ ବୃଦ୍ଧି ପାଇଁ ମୁଖ୍ୟ ସଚେତକ ପରାମର୍ଶ ଦେବା ସହ ପ୍ରଶାସନ କ୍ଷତିଗ୍ରସ୍ତ ମାନଙ୍କର ସଠିକ ଅନୁଧ୍ୟାନ ପୂର୍ବକ ଯଥାଶିଘ୍ର ସହାୟତା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

18 − 16 =

error: Content is protected !!
Open chat