ସର୍ବଭାରତୀୟ ଲୋକସେବା ପରୀକ୍ଷାଫଳ ପ୍ରକାଶିତ : କୃତକାର୍ଯ୍ୟ ହେଲେ ୮୨୯ ଜଣ ପରୀକ୍ଷାର୍ଥୀ, ଟପଟେନରେ ଓଡ଼ିଶାରୁ ୨ ଜଣ

0 472
greentech

ଭୁବନେଶ୍ୱର / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଆଇଏଏସ୍‌, ଆଇପିଏସ୍‌, ଆଇଆର୍‌ଏସ୍‌, ଆଇଏଫ୍‌ଏସ ଆଦି ବିଭିନ୍ନ ସର୍ବଭାରତୀୟ ସେବା ବର୍ଗରେ ନିଯୁକ୍ତି ଲାଗି ଭାରତୀୟ ଲୋକସେବା ଆୟୋଗ ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ଚଳିତବର୍ଷ ଟପ୍ପର ହୋଇଛନ୍ତି ପ୍ରଦୀପ ସିଂହ। ସେହିପରି ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଯତିନ କିଶୋର ଏବଂ ପ୍ରତିଭା ଶର୍ମା। ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଥିବା ସୂଚନା ରହିଛି। ୧୨୫ ରାଙ୍କ୍‌ରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ। ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୪ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୭୮ ଜଣ ଇଡବ୍ଲୁସ୍‌, ୨୫୧ ଜଣ ଓବିସି, ୨୨୯ ଜଣ ଅନୁସୂଚିତ ଜାତି ଓ ୬୭ ଅନୁସୂଚିତ ଜନଜାତି ବର୍ଗର ରହିଥିବା ୟୁପିଏସସି ପକ୍ଷରୁ ସୂଚନା ଦିଆଯାଇଛି।

upsc.gov.in ‌ୱେବ୍‌ସାଇଟ୍‌ରେ ଅଥବା ଉପରୋକ୍ତ ଲିଂକରେ bit.ly/2BTO3ZE କ୍ଲିକ କରି ପରୀକ୍ଷାର୍ଥୀମାନେ ନିଜ ନିଜର ଫଳାଫଳ ଦେଖିପାରିବେ। ୨୦୧୯ ମସିହା ସେପ୍ଟେମ୍ବର ମାସରେ ୟୁପିଏସସି  ମୁଖ୍ୟ  ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୨୦୨୦ ‌ମସିହା ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ଏହାର ଇଣ୍ଟରଭିୟୁ ହୋଇଥିଲା।

ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ରହିଛନ୍ତି।  ରାଉରକେଲାର ଝିଅ ସଂଜିତା ମହାପାତ୍ର ରହିଛନ୍ତି ୧୦ମ ସ୍ଥାନରେ। ସଂଜିତା ଏହା  ପୂର୍ବରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରୁଥିଲେ ଓ ଏହାପରେ ଓଏଏସ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ୨୦୧୭ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ରାଉରକେଲା ତହସିଲଦାର ମାନସ ରଂଜନ ସାହୁ ମଧ୍ୟ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଏଏସ୍ ପାଇଛନ୍ତି। ଓଡ଼ିଶାରୁ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କୁ ଟ୍ୱିଟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ମାନ୍ୟବର କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.

two × one =

error: Content is protected !!
Open chat