ସର୍ବସାଧାରଣ ସ୍ଥାନରେ ଧାରଣା ଓ ପ୍ରତିବାଦ ବନ୍ଦ : ସୁପ୍ରିମକୋର୍ଟ

0 417
greentech

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ :ଏଣିକି ସର୍ବସସାଧାରଣ ସ୍ଥାନରେ ଧାରଣା କିମ୍ବା ପ୍ରତିବାଦ ସଭା କରି ପାରିବେନି ଆନ୍ଦୋଳନକାରୀ । ଅନିର୍ଦ୍ଧିଷ୍ଟ  କାଳ ପର୍ଯ୍ୟନ୍ତ ଏହି ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶାହିନବାଗରେ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ବିରୋଦ୍ଧ କରି କରାଯାଇଥିବା ଧାରଣାରେ ସାର୍ବଜନୀନ ସ୍ଥଳକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଅକ୍ତିଆର କରାଯାଇଥିଲା । ଏହା ଦ୍ବାରା ସାଧାରଣ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଉକ୍ତ ମାମଲାରେ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ଶୁାଣାଣି କରିଥିବା ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କ ନେତୃତ୍ବାଧିନ ଖଣ୍ଡପୀଠ କହିଛନ୍ତି ଯେ, କୌଣସି ସାର୍ବଜନୀନ ସ୍ଥଳକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ କୌଣସି ଲୋକ ଦଖଲ କରି ପାରିବ ନାହିଁ । ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଦଖଲ କରିବାକୁ ଏଣିକି ଅନୁମତି ଦିଆଯିବ ନାହିଁ । ସାର୍ବଜନୀନ ସ୍ଥାନରେ ଏହା କରାଯାଉଥିବାରୁ ଏହା ଗ୍ରହଣୀୟ ନୁହେଁ । ତେବେ ଶାନ୍ତିପୂର୍ଣ୍ଣ ଧାରଣା ନାଗରିକଙ୍କ ପାଇଁ ଏକ ସାମ୍ବିଧାନିକ ଅଧିକାର । ତେବେ ଏହା ଏକ ଅଧିକାର ହୋଇଥିଲେ ମଧ୍ୟ ସାର୍ବଜନୀନ ସ୍ଥାନକୁ ଅକ୍ତିଆର କରିବାରେ କୌଣସି ନାଗରିକର ଅଧିକାର ନାହିଁ । ସେମାନେ ସାଧାରଣ ଲୋକଙ୍କୁ କୌଣସି ପ୍ରକାର ଅସୁବିଧାରେ ପାକାଇ ପାରିବେ ନାହିଁ ।

ସାଧାରଣ ସ୍ଥଳକୁ ସୁରକ୍ଷା ଦେବାର ଦାୟିତ୍ବ ସ୍ଥାନୀୟ ପ୍ରଶାସନର ବୋଲି ସୁପ୍ରିମକୋର୍ଟ କହିଛି । ଧାରଣା କିମ୍ବା ପ୍ରତିବାଦ ପାଇଁ ସ୍ବତନ୍ତ୍ର ସ୍ଥାନ ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ କହିଛନ୍ତି ଅଦାଳତ । ଅସନ୍ତୋଷ ପ୍ରକାଶ କରିବା ବାହାନାରେ ପ୍ରତିବାଦକାରୀ ମାନେ ଅନ୍ୟର ଅଧିକାରକୁ ନଷ୍ଟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।       

Leave A Reply

Your email address will not be published.

four × 3 =

error: Content is protected !!
Open chat