ସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

0 549
greentech

ସବୁ ସଫଳତାର ଶ୍ରେୟ ଦେଲେ ବୈଜ୍ଞାନିକଙ୍କୁ

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ ସମୟରେ ମେଡ଼ ଇନ ଇଣ୍ଡିଆ ଅଧୀନରେ ଦୁଇ ଦୁଇଟି କରୋନା ଟୀକାର ବିକାଶ କରିବାରେ ସଫଳ ହୋଇଛନ୍ତି। ସେ ଜନସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସମସ୍ତେ ଏହି ଟୀକାର ଦୁଇଟି ଡୋଜ ନେବା ଅତ୍ୟନ୍ତ ଜରୁରୀ ଅଟେ। ଏହି ଟୀକାର ଦୁଇଟି ଡୋଜ ମଧ୍ୟରେ ପ୍ରାୟତଃ ଏକ ମାସର ବ୍ୟବଧାନ ରହିବ ଓ ଦ୍ଵିତୀୟ ଡୋଜ ନେବାର ୨ ସପ୍ତାହ ପରେ ଶରୀରରେ କରୋନାକୁ ପ୍ରତିହତ ନିମନ୍ତେ ପ୍ରତିରୋଧକ ସୃଷ୍ଟି ହେବ।

ପୂର୍ବରୁ ଏହି ଭଳି ଟୀକାକରଣ ହୋଇସାରିଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଏ ବିଶ୍ୱର ଏଭଳି ୧୦୦ରୁ ଅଧିକ ଦେଶ ରହିଛି ଯେଉଁମାନଙ୍କ ଜନସଂଖ୍ୟା ୩ କୋଟିରୁ କମ ଅଟେ। ସେ କହିଛନ୍ତି, ଭାରତ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ଯାଉଛି। ଏହାର ଦ୍ଵିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟୀକାକରଣ କରାଯିବ। ଯେଉଁମାନେ ବୟସ୍କ ଓ ଯେଉଁମାନେ ରୋଗଗ୍ରସ୍ତ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟୀକାକରଣ କରାଯିବ। ସେ କହିଛନ୍ତି ଯେ ଏହା ଆମ ପାଇଁ ଚିନ୍ତା କରିବାର ସମୟ କାରଣ ୩୦ କୋଟିରୁ ଅଧିକ ଜନସଂଖ୍ୟା ଥିବା ୩ଟି ଦେଶ ଭାରତ, ଚୀନ ଓ ଆମେରିକା ରହିଛି। ଆମ ଦେଶର ବୈଜ୍ଞାନିକ, ଆମ ମେଡିକାଲ ବ୍ୟବସ୍ଥା ଓ ଚିକିତ୍ସା ପ୍ରକ୍ରିୟା ସାରା ବିଶ୍ୱରେ ଅତ୍ୟନ୍ତ ବିଶ୍ୱସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟିକାକରଣର ଶୁଭାରମ୍ଭ କରି ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ଯେଉଁ ଲୋକମାନେ କରୋନା କାଳରେ ଘରକୁ ଫେରିପାରିନାହାନ୍ତି ଓ କାରନାରେ ପ୍ରାଣ ହରାଇଛନ୍ତି, ସେମାନଙ୍କ କଥା କହିବା ବେଳେ ଶ୍ରୀ ମୋଦୀଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। ସେ ଦେଶବାସୀଙ୍କୁ କହିଛନ୍ତି ଯେ ଦେଶ ତାହାର ଉନ୍ନତ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଯୋଗୁ ଆଜି ବିଶ୍ୱାସ ହାସଲ କରିବାରେ ସଫଳ ହୋଇଛି। ସେ ଆହ୍ୱାନ ଦେଇଛନ୍ତି ଯେ ଆମେ ଆମ ଭିତରେ ଥିବା ଆତ୍ମବିଶ୍ଵାସକୁ କେବେ ବି କମ ହେବାକୁ ଦେବା ନାହିଁ।

କରୋନା ମହାମାରୀ ସମୟରେ ଯେତେବେଳେ ନିରାଶାର ବାତାବରଣ ରହିଥିଲା, ସେତେବେଳେ ଆମ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶା କର୍ମୀ, ସଫାଈ କର୍ମଚାରୀ, ପୁଲିସ ଓ ଆଗ ଧାଡ଼ିର ଯୋଦ୍ଧା ଆମ ପାଇଁ ଆଶା ସଂଚାର କରିଥିଲେ। ଶ୍ରୀ ମୋଦୀ କହିଛନ୍ତି, ଭାରତ ୨୪ ଘଣ୍ଟିଆ ସତର୍କ ବ୍ୟବସ୍ଥା ମାଧ୍ୟମରେ ପ୍ରତିଟି ଘଟଣା ଉପରେ ସଠିକ ପଦକ୍ଷେପ ଗ୍ରହଣ ଆଜି ସଫଳତା ପାଇଁ ପାରିଛି। ସେ କହିଛନ୍ତି ଯେ ଯେତେବେଳେ ଭାରତରେ ୨୦୨୦ ଜାନୁଆରୀ ୩୦ରେ ପ୍ରଥମ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲା, ତାହାର ଠିକ ୨ ସପ୍ତାହ ମଧ୍ୟରେ ଏକ ଉଚ୍ଚ ସ୍ଥରୀୟ କମିଟି ଗଠନ କରାଯାଇଥିଲା। ସେ କହିଛନ୍ତି, ଗତବର୍ଷ ଠିକ ଆଜିର ଦିନରେ ସର୍ଭେଲାନ୍ସ ଆରମ୍ଭ କରାଯାଇଥିଲା ଓ ସେହିଦିନ ମଧ୍ୟ ପରାମର୍ଶବଳୀ ଜାରି କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ହେଉଛି ପ୍ରଥମ ଦେଶ ଯେଉଁଠାରେ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିଲା। ସେ କହିଛନ୍ତି, ଆମ ଦେଶବାସୀ କରୋନା ବିରୋଧରେ ଜନତା କର୍ଫ୍ୟୁ ଭଳି ଅନୁଶାସନକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥିଲେ। ତାଳି,ଥାଳି ଓ ଦୀପ ପ୍ରଜ୍ବଳନ କରି ଦେଶବାସୀ ନିଜର ଆତ୍ମବିଶ୍ୱାସ ବଳବତ୍ତର ରଖିଥିବାରୁ ଶ୍ରୀ ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ସଙ୍କଟ ମଧ୍ୟରେ ବହୁ ଦେଶ ସେମାନଙ୍କ ନାଗରିକମାନଙ୍କୁ ଚୀନରୁ ନିଜ ଦେଶକୁ ଫେରାଇ ନେଇ ନଥିବା ବେଳେ ଭାରତ ତାର ସମସ୍ତ ନାଗରିକଙ୍କୁ ଦେଶକୁ ଫେରାଇ ଆଣିଥିଲା।

Leave A Reply

Your email address will not be published.

17 − 11 =

error: Content is protected !!
Open chat