କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: କରୋନା ସଂକ୍ରମଣ ହେତୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ମଧ୍ୟ ବିଭିନ୍ନ ପ୍ରକାରର ଅସୁବିଧା ହେଉଛି। ଦେଶ ତଥା ବିଶ୍ୱରେ ପ୍ରଚଳିତ ଅସାଧାରଣ ପରିସ୍ଥିତିକୁ ଦେଖି CBSE କୁ ପାଠ୍ୟକ୍ରମର ପୁନର୍ବିଚାର କରାଯାଇଛି ଏବଂ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ପାଠ୍ୟକ୍ରମର ଭାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟଯେ, ସପ୍ତାହେ ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ ରମେଶ ପୋଖରୀୱାଲ ନିଶଙ୍କ ସିଲାବସ୍ ଫର୍ ଷ୍ଟୁଡେଣ୍ଟସ୍ ୨୦୨୦ ହ୍ରାସ ବିଷୟରେ ଶିକ୍ଷାବିତ୍ମାନଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ ଏବଂ ଏ କ୍ଷେତ୍ରରେ ୧୫୦୦ଶହରୁ ଅଧିକ ପରାମର୍ଶ ମିଳିଥିଲା। ସମସ୍ତ ପରାମର୍ଶକୁ ବିଚାର କରି ସିଲାବସ୍ କୁ ୩୦% ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ଯୁକ୍ତିଯୁକ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ ରମେଶ ପୋଖରୀୱାଲ ନିଶଙ୍କ ପ୍ରକାଶ କରିଛନ୍ତି।