ମାସ୍କ ଓ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା

0 377
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: କରୋନା ମାହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ରଖିଥିଲେ। ହେଲେ ଏବେ କରୋନା ଉତ୍କଟ ସ୍ଥିତିରେ ପହଞ୍ଚିଥିବା ବେଳେ ମାସ୍କ ଓ ସାନିଟାଇଜରକୁ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି।

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାକୁ ଆଜି ଅନୁମତି ଦେଇଛି। ହେଲେ ଏଥିରେ କରୋନାର ଦୁଇ ପ୍ରମୁଖ ଅସ୍ତ୍ର କୁହାଯାଉଥିବା ମାସ୍କ ଓ ସାନିଟାଇଜର ନାହିଁ।

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଏହା ବାଦ୍‌ ପଡ଼ିଥିବାରୁ ଏବେ ଏହାର ଦର, ଷ୍ଟୋରେଜ ଓ ମାର୍କେଟିଂ ବ୍ୟବସାୟୀମାନେ ନିଜ ଇଚ୍ଛାରେ କରିପାରିବେ। ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ମାସ୍କ ଓ ସାନିଟାଇଜରର ଚାହିଦା ବଢ଼ୁଛି। ଏଭଳି ସ୍ଥିତିରେ ସରକାର ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ଦେବାର କାରଣ କ’ଣ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ମାସ୍କ ଓ ସାନିଟାଇଜର ବାଦ୍‌ ପଡ଼ିଥିବାରୁ ବ୍ୟବସାୟୀମାନେ ମନଇଚ୍ଛା ଦର ବୃଦ୍ଧି କରିବାର ଆଶଙ୍କା ମଧ୍ୟ ରହିଛି।

ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ଆବଶ୍ୟକ ଅନୁଯାୟୀ ମାସ୍କ ଓ ସାନିଟାଇଜର ରହିଛି। ଲୋକେ ଏହାକୁ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ତଥ୍ୟ ମିଳିବା ପରେ କେନ୍ଦ୍ର ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.

7 − five =

error: Content is protected !!
Open chat