ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ୍।

0 211
greentech

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : କରୋନା ଯୋଗୁଁ ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନ୍‌ କରାଯାଇଥିଲା । ଏହାପରେ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର କିଛି ପରୀକ୍ଷା ହୋଇପାରିନଥିଲା । ତେବେ ଦେଶରେ ଜୁନ୍‌ ୧ ତାରିଖରୁ ଦେଶରେ ଅନଲକ୍୧.0 ଜାରି ହେବା ପରେ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ଥିବା ପରୀକ୍ଷା 1ରୁ 15 ତାରିଖ ମଧ୍ୟରେ ହେବ ବୋଲି ସୂଚନା ରହିଥିଲା । ସେହିପରି କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ପରୀକ୍ଷା ହେବ ବୋଲି ସୂଚନା ରହିଥିଲା । କୋଭିଡ୍‌ ଗାଇଡ ଲାଇନ୍‌କୁ ପାଳନ କରାଯାଇ ପରୀକ୍ଷା କରାଯିବ ବୋଲି ସୂଚନା ରହିଥିଲା ।ସିବିଏସଇର ଦଶମ ଓ ଦ୍ବାଦଶର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି ବୋଲି ସୂଚନା ମିଳିଛି ।
ପରୀକ୍ଷା ବାତିଲ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କୁ ଏସ୍‌ଜି ଜଣାଇଥିବାର ସୂଚନା ରହିଛି । ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ, ସେନେଇ କାଲି ବିଜ୍ଞପ୍ତି ବାହାରିବ ବୋଲଇ ସୂଚନା ରହିଛି । ସୂଚନାଯୋଗ୍ୟ, ଜୁଲାଇ ୧୫ ସୁଦ୍ଧା ଆସେସ୍‌ମେଣ୍ଟ କରି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.

thirteen − 9 =

error: Content is protected !!
Open chat