ସୁନ୍ଦରଗଡ ଜିଲ୍ଲାର ୩୦ରୁ ଅଧିକ ହୋଟେଲ, ଡାକ୍ତରଖାନା ବର୍ଜ୍ୟବସ୍ତୁ ପାଣି ପରିଚାଳନା ନକରି ସିଧା ଛାଡୁଛନ୍ତି ବ୍ରାହ୍ମଣୀକୁ ! !

0 488
greentech

ପ୍ରଦୁଷଣ ବୋର୍ଡ ଅଧିକାରୀ କହୁଛନ୍ତିି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ କମିଶନର କରୁଛନ୍ତି କଣ ? ଅଭିଯୋଗ ନକଲେ ଆମେ କିଛି କରିପାରିବୁ ନାହିଁ ! !

ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ :  ସୁନ୍ଦରଗଡ ଜିଲ୍ଲାରେ ଥିବା ୩୦ରୁ ଅଧିକ ହୋଟେଲ,ଡାକ୍ତରଖାନା ଗୁଡିକ ସେମାନଙ୍କର ବର୍ଜ୍ୟପାଣି ଓ ସେଠାରୁ ବାହାରୁ ଥିବା କୁଢ, କୁଢ ମଇଳାକୁ ସଠିକ୍‌ ପରିଚାଳନା କରିବା ଲାଗି ବ୍ୟବସ୍ଥା ନକରି ପାଣିକୁ ବ୍ରାହ୍ମଣୀକୁ ଛାଡି ଦେଉଥିବା ବେଳେ ମଇଲା ଗୁଡିକୁ ଏଣେ ତେଣେ ଫୋପାଡୁଥିବାର ଅଭିଯୋଗ ହେଉଛି । ଏନେଇ ରାଉରକେଲା ଆଂଚଳିକ ଅଧିକାରୀ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ପଚରା ଜିବାରୁ ସେ ନିଜେ କଣ କରୁଛନ୍ତି ନକହି ଓଲଟି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଆରଏମସି କମିଶନରଙ୍କ ଉପରେ ପରେ ପ୍ରଶ୍ନ କରିଛନ୍ତି, ଅଧିକ ପଚରା ଜିବାରୁ କହୁଛନ୍ତି ମୋର କାମ ଅଛି ଆପଣ ମାନେ ଯାଆନ୍ତୁ ଯହା କରିବାର ଅଛି କରନ୍ତୁ ,ଏ ହେଉଛି ଆମର ୫-ଟିର ବ୍ୟବସ୍ଥା ।

ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ ୩୦ରୁ ଅଧିକ ଡାକ୍ତରଖାନା, ହୋଟେଲ ରହିଛି, ଯେଉଁ ମାନେ ଆଜି ଯାଏ ନିଜର ବର୍ଯ୍ୟ ପାଣି ଓ ମଇଲା ଲାଗି ଟ୍ରିଟମେଂଟ କାରଖାନା ନକରି ନିର୍ଭୟରେ ସେଗୁଡିକୁ ନଦୀ ପାଣିକୁ ଛାଡିବା ସହ ଅପରେସନ ଥିଏଟର ସମେତ ଅନ୍ୟ ସ୍ଥାନ ଓ ହୋଟେଲ ର ଜାବତୀୟ ମଇଳା ସହରର ଏଣେ ତେଣେ ଫୋପଡୁ ଛନ୍ତି । ଏନେଇ ସହର ବାସୀ ,ବିଭିନ୍ନ ଅନୁଷ୍ଠାନ,ପଲିଟିକାଲ ଦଳ ଓ ମିଡିଆ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛନ୍ତି । ଏହି ବିଭାଗର ଅନେକ ଅଧିକାରୀ ଆସୁଛନ୍ତି ଓ ପ୍ରଶାସନର ମଧ୍ୟ ଅନେକ ଅଧିକାରୀ ବଦଳୁଛନ୍ତି ,କିନ୍ତୁ ଏନେଇ କୌଣସି କାମ ହୋଇପାରୁନାହିଁ ।ଅଧିକ ପଚରା ଗଲେ କୁହଯାଉଛି ଆର ଏସ ପି ସହ ମିଶି ଟ୍ରିଟ ମେଂଟ କାରେଖାନା ହେବ,ଯାଗା ଦେଖା ସରିଛି ।ଏହି କଥାକୁ ୧୫ ବର୍ଷ ବିତିଲାଣି ତଥାପି ନେତା ମାନେ ସେହି କଥା ଦୋହରାଇ ଚାଲିଛନ୍ତି । ତେବେ ଆଜି ଏନେଇ ରାଉରକେଲା ଆର ଓ ,ପ୍ରକାଶ ମହାପାତ୍ର ଙ୍କୁ ପଚରା ଜିବାରୁ ଏନେଇ କଣ ପଦକ୍ଷେପ ନିଆଯାଇଛି , ସେ ନେଇ ଉତର ରଖି ନପାରି ଓଲଟି ଜିଲ୍ଲାପାଲ,ଅତିରିକ୍ତଜିଲ୍ଲାପାଲ କମିଶନର ଆରଏମସି ଙ୍କୁ ଦୋଷ ଦେବା ସହ ସେମାନେ କଣକରୁଛନ୍ତି ଓ ସେମାନେ କାହିଁକି ନୀରବ ବୋଲି ଓଲଟି ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳ ନିଖିଲ ପବନ କଳ୍ୟାଣ ଏ ଜିଲ୍ଲାରେ ଯୋଗ ଦେବାର ମାସେ ନପୁରୁଣୁ ଷ୍ପଂଜ କାରଖାନା ଉପରେ ପଦକ୍ଷେପ ନେବା ସହ ମିଟିଂ କରି ଚେତାବନୀ ଦେବା କଥା କହିବା ପରେ ସେ ଏକଥା ଜାଣିନଥିବା କହିଥିଲେ । ତା ମାନେ ଏଠାରୁ ବୁଝା ପଡୁଛି ଏମାନେ ଜିଲ୍ଲାର ମୁଖ୍ୟ ମାନଙ୍କ କଥାକୁ କେତେ ମନେ ରଖୁଛନ୍ତି ଓ ଏଠାରେ ଯୋଗ ଦେବା ପରେ ପୁର୍ବରୁ କଣ ସବୁ ହୋଇଥିଲା କଣ କରିବାକୁ ପଡିବ ସେ କଥା ମଧ୍ୟ ଆଦୌ ଦେଖୁ ନାହାନ୍ତି ।

ବଡ କଥା ହେଲା ଜିଲ୍ଲାରେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ନମାନି ମନ ଇଚ୍ଛା ଚଳାଇଥିବା ଡାକ୍ତରଖାନା, ହୋଟେଲ ଗୁଡିକ ଉପରେ ଆଜିଯାଏ ଗୋଟାଏ ହେଲେ ମାମଲା ଏହି ଅଫିସ କରିନଥିବା ବିଷୟ ଖୋଦ ଏହି ଅଫିସ ଆଜି କହିଛି । ଖଣି ଠାରୁ କଳ କାରଖାନା ,ଡାକ୍ତରଖାନା,ହୋଟେଲ,ଗାଡିଧୁଆ ୍‌ଯାଗା ଗୁଡିକ ଉପରେ ଏହବିଭାଗ ଆଦୌ ଦୃଷ୍ଟି ଦେଉନାହିଁ , କହିଲେ କୁହାଯାଉଛି, ଲିଖିତ ଅଭିଯୋଗ କରନ୍ତୁ ଆମେ ଦେଖିବୁ । ତେଣିକି ନଦୀ ପାଣି ର ଅବସ୍ତା ଯାହା ହେଉ । ଶହ ଶହ ଅଭିଯୋଗ ଖବର କାଗଜ ନ୍ୟୁଜ ଚୁଲିକୁ ଗଲା ନୁଆ ଅଫିସରଙ୍କୁ ପୁଣି ଲିଖିତ ଦରକାର ,ଏହି କଥାକୁ ନେଇ ଯଦି ପ୍ରଶ୍ନ ହେଉଛି ଓ ସରକାରୀ ଦରମା ନେଇ ଆପଣ ମାନେ କରୁଛନ୍ତି କଣ ? ତେବେ ଅଧିକାରୀ ରାଗି ଯାଇ କହୁଛନ୍ତି ମୋର କାମ ଅଛି ଆପଣ ମାନେ ଯାଆନ୍ତୁ । ଏହି ଘଟଣାକୁ ନେଇ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀ ଟି ମୁର୍ଗାସେନଙ୍କୁ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଯାହା ଅଭିଯୋଗ ରହୁଛି ଆପଣ ମାନେ ସିଧା ମେମ୍ବର ସେକ୍ରେଟାରୀଙ୍କ ମେଲ ଆଇଡିକୁ ପଠାଇପାରିବେ ତଥା ଏବିଷୟରେ ମୁଁ କଥା ହେବି । କଥା ଯଦି ଏଇଆ ତେବେ ସରକାରୀ ୫ଟି କିପରି କାମ କରୁଛି ଓ ତାକୁ ଆମ ବାବୁ ମାନେ କିଭଳି ପାଳନ କରୁଛନ୍ତି ତାହାର ଏହା ହେଉଛି ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଇପାରେ ।

Leave A Reply

Your email address will not be published.

19 + 15 =

error: Content is protected !!
Open chat