ସୁପ୍ରିମ କୋର୍ଟଙ୍କ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଂଜୀକରଣ ବନ୍ଦ ନିର୍ଦ୍ଦେଶ

0 471
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୮: ସୁପ୍ରିମକୋର୍ଟ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବିଏସ-୪ ଯାନ ପଂଜୀକରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାରଦିନ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାର୍ଚ୍ଚ ୩୧ ପରେ ଦେଶରେ ଲକଡାଉନ ଚାଲିଥିଲେ ମଧ୍ୟ ବିଏସ୍‌-୪ ଯାନ ବିକ୍ରି ହେବାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକଟ କରିଛନ୍ତି । ଏହି ସମୟରେ ହୋଇଥିବା ଗାଡ଼ି ବିକ୍ରି ସଂପର୍କରେ ତଥ୍ୟ ଦାଖଲ କରିବାକୁ ଭାରତୀୟ ଅଟୋମୋବାଇଲ ଡିଲର ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ।  ଆଇନ ଅମାନ୍ୟ କରିଥିବାରୁ ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି ।

ଲକଡାଉନ ବେଳେ ବିଏସ-୪ ଯାନ ବିକ୍ରି ହୋଇନଥିବାରୁ ଲକଡାଉନ ଖୋଲିବାର ୧୦ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରକୁ ଛାଡ଼ି ଅନ୍ୟ ଅଞ୍ଚଳରେ ଏସବୁ ଗାଡ଼ି ବିକ୍ରି ପାଇଁ ଗତ ମାର୍ଚ୍ଚ ମାସରେ ସୁପ୍ରିମ କୋର୍ଟ ଅନୁମତି ଦେଇଥିଲେ । କିନ୍ତୁ ଗତ ଜୁଲାଇ ୮ରେ କୋର୍ଟ ଏହି ଆଦେଶକୁ ପ୍ରତ୍ୟାହାର କରିନେଇଥିଲେ । ମାମଲାରେ ପରବର୍ତ୍ତି ଶୁଣାଣି ଅଗଷ୍ଟ ୧୩ରେ ହେବ ।

ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ଶୁଣାଣି ବେଳେ ସଂଘ ପକ୍ଷରୁ କୁହାଯାଇଥିଲା ଯେ ଅନ୍ୟ କେତେକ ଦେଶରେ ବିଏସ-୪ ଗାଡ଼ି ଚାଲୁଛି । କିନ୍ତୁ କୋର୍ଟ କହିଥିଲେ ଯେ ଅନ୍ୟ ଦେଶରେ କଣ ଚାଲୁଛି ତାହାକୁ ନେଇ ରାୟ ଦିଆଯାଇପାରିବ ନାହିଁ ।

୨୦୧୮ ଅକ୍ଟୋବରରେ ସୁପ୍ରିମ କୋର୍ଟ ଏକ ରାୟ ଦେଇଥିଲେ ଯେଉଁଥିରେ ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ବିଏସ-୪ ଯାନ ବିକ୍ରି ଅନୁମତି ମିଳିବ ନାହିଁ ବୋଲି କୁହାଯାଇଥିଲା ।

Leave A Reply

Your email address will not be published.

13 − eleven =

error: Content is protected !!
Open chat