ଆତ୍ମହତ୍ୟା ନୁହେଁ, ସୁଶାନ୍ତଙ୍କୁ ହତ୍ୟା କରାଯାଇଛି : ୨୬ଟି ସୁରାକ୍‌ ଦେଲେ ସୁବ୍ରମଣ୍ୟମ ସ୍ୱାମୀ

0 465
greentech

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ଘଟଣା ଦିନକୁ ଦିନ ରୋଚକ ମୋଡ ନେଉଛି। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ସୁଶାନ୍ତଙ୍କ ଫ୍ୟାନ୍ସ ତଥା ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି।  ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ (Central Bureau of Investigation) ତଦନ୍ତ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ୁଥିଲେ ବି ମୁମ୍ବାଇ ପୋଲିସ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ କହି ଏହାକୁ ଏଡ଼ାଇ ଦେଇଛି। ଏପରିକି ମହାରାଷ୍ଟ୍ର ଗୃହ ମନ୍ତ୍ରୀ  ମଧ୍ୟ ସିବିଆଇ ତଦନ୍ତ ହେବ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଛନ୍ତି।

ଏପରି ପରିସ୍ଥିତିରେ ଡ. ସୁବ୍ରମଣ୍ୟମ ସ୍ୱାମୀ ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରି ଆସୁଛନ୍ତି। ଏପରିକି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ସେ ‘ଦିଲ୍‌ ବେଚାରା’ର ହିରୋଙ୍କୁ କାହିଁକି ହତ୍ୟା କରାଯାଇଛି ତାହାର ୨୬ଟି ପ୍ରମାଣ ଦେଇଛନ୍ତି ଯାହା ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ଗୁରୁବାର ସକାଳେ ଡ. ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟରରେ ୨୬ଟି ପ୍ରମାଣ ଦେଇ କହିଛନ୍ତି, ସୁଶାନ୍ତ ସିଂଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ଏହି ୨୬ ପଏଣ୍ଟ ମଧ୍ୟରୁ ୨୪ଟି ପଏଣ୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ କରୁଥିବାବେଳେ ମାତ୍ର ୨ଟି ପଏଣ୍ଟରୁ ସୁଶାନ୍ତ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଇପାରେ।

ସୁଶାନ୍ତଙ୍କ ରୁମ୍‌ରୁ ଆଣ୍ଟି ଡିପ୍ରେସନ ଔଷଧ ମିଳିବା, ଆତ୍ମହତ୍ୟା କରିଥିବା ସ୍ଥାନର ପାରିପାର୍ଶ୍ୱିକ ଅବସ୍ଥା, ମୃତ୍ୟୁ ବେଳକୁ ସୁଶାନ୍ତଙ୍କ ଆଖି ବାହାରକୁ ନ ଆସିବା, ପାଟିରୁ କୌଣସି ଫେଣ ବାହାରିବା, ଜିଭ ବାହାରକୁ ନ ବାହାରିବା, ଯେଉଁ କପଡ଼ାରେ ଝୁଲିଥିଲେ, ସୋଶିଆଲ ମିଡିଆରୁ ସୁଶାନ୍ତ ଦୂରେଇ ଯିବା, ଶରୀରରେ ବିଭିନ୍ନ ଦାଗ, କୌଣସି ଛୋଟ ଟେବୁଲ ନ ଥିବା, ଘରର ଭିତରେ ଥିବା ଫର୍ଣ୍ଣିଚର, ଅତି ନିକଟତର ବନ୍ଧୁଙ୍କ ବ୍ୟବହାର, ସୁଇସାଇଡ୍‌ ନୋଟ ନ ଛାଡିବା, ସୁଶାନ୍ତ ବାରମ୍ବାର ତାଙ୍କର ସିମ୍‌ ବଦଳାଇବା, ଦିଶା ସାଲିଆନଙ୍କ ଆତ୍ମହତ୍ୟା…ପରି ୨୬ଟି ଦିଗ ଉପରେ ଡ. ସୁବ୍ରମଣ୍ୟମ ସ୍ୱାମୀ ଗୁରୁତ୍ୱ ଦେଇଛନ୍ତି।  ଏସବୁ ଦିଗଗୁଡିକୁ ଦେଖିଲେ ତାଙ୍କୁ ହତ୍ୟା କରାଯାଇପାରେ ବେଲି ସେ ଦାବି କରିଛନ୍ତି।

ତେବେ ସେ ଦୁଇଟି ପଏଣ୍ଟ ଉଲ୍ଲେଖ କରିଛନ୍ତି, ଯାହା ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ପ୍ରମାଣିତ କରେ। ସେ ସୋଶିଆଲ ମିଡିଆରୁ ଦୂରେଇ ରହିବା ଏବଂ ଆଣ୍ଟି ଡିପ୍ରେସନ ମେଡିସିନ ଔଷଧ ମିଳିବା ଘଟଣାର ତାଙ୍କ ଆତ୍ମହତ୍ୟା ଦାବିକୁ ସମର୍ଥନ କରେ। ହେଲେ ଅନ୍ୟ ୨୪ଟି ତଥ୍ୟ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରେ।

ସୁଶାନ୍ତ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକ ଦିଆଯିବନି ବୋଲି ରୋକ୍‌ଠୋକ୍ ମନା କରିଦେଇଛି ‘ମହା’ ସରକାର। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍ କରୁଛି। ସିବିଆଇ ହାତକୁ ଦେବା ପାଇଁ ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ଏହି ଘଟଣାରେ ମୁମ୍ୱାଇ ପୋଲିସ୍‌ର ତଦନ୍ତକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ସୁଶାନ୍ତଙ୍କ ବାପା। ଆଉ ଶେଷରେ ବିହାର ପୋଲିସ୍‌ର ସେ ଦ୍ୱାରସ୍ଥ ହୋଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଦାୟୀ ବୋଲି କହିବା ସହ ଏନେଇ ଥାନାରେ ଏତଲା ଦେଇଥିଲେ। ବିହାର ସରକାରଙ୍କ ନିର୍ଦ୍ଦେଶ କ୍ରମେ ୪ ଜଣିଆ ପୋଲିସ୍ ଟିମ୍ ମୁମ୍ବାଇ ଆସି ସମ୍ପୃକ୍ତ ମାମଲାର ଛାନ୍‌ଭିନ୍ କରୁଛି।

ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ କାରବାର ଯାଞ୍ଚ କରଛି ପୋଲିସ୍ ଏହାସହ ବ୍ୟାଙ୍କ ରେକର୍ଡ. କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି। ବାନ୍ଦ୍ରା ପୋଲିସ୍ ତଦନ୍ତ ସମ୍ପର୍କରେ ମଧ୍ୟ ବିହାର ପୋଲିସ୍ କଥା ହେଉଛି। ଏହାସହ ଭଉଣୀ ନିତୁ ସିଂଙ୍କ ବୟାନ ରେକର୍ଡ କରିଛି ପୋଲିସ୍‌। ଆଉ ସବୁଠାରୁ ବଡ଼ କଥା ହେଲା ନଭେମ୍ୱର ୬ରୁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାଗତ ସମସ୍ୟାକୁ ଦେଖୁଥିବା ୬ ଜଣ ଡାକ୍ତରଙ୍କୁ ପଚରାଉଚୁରା କରିବ। ଡେଥ୍ ସ୍ପଟ ଭିଡିଓ, ସିସି ଟିଭିର ଯାଞ୍ଚ କରାଯିବ ବେଲି ଜଣାପଡ଼ିଛି।

ଖାଲି ସେତିକି ନୁହେଁ ମୃତ୍ୟୁ ଦିନ ଅର୍ଥାତ ଜୁନ୍ ୧୪ ସକାଳେ ସୁଶାନ୍ତ ଭିଡିଓ ଗେମ୍ ଖେଳୁଥିଲେ। ହେଲେ ହଠାତ୍ କଣ ଏମିତି ଘଟିଲା କି ସେ ଆତ୍ମହତ୍ୟା କରିବାକୁ ଯିବେ ? ସେ ନେଇ ବି ସେ ସନ୍ଦେହ ପ୍ରକଟ କରିଛନ୍ତି। ବାରମ୍ବାର ସିମ୍ ବଦଳାଇବା, ନିକଟତର ବନ୍ଧୁଙ୍କ ବ୍ୟବହାର ଘରୋଇ ସହାୟକଙ୍କ ବାରମ୍ବାର ବୟାନ ବଦଳାଇବାକୁ ବି ସେ ସନ୍ଦେହଘେରକୁ ଆଣିଛନ୍ତି।

ସେହିପରି ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ମନା କରୁଥିବା ବେଳେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଏହା ଉପରେ ରାୟ ଦେଇପାରିବେ ବୋଲି ସୁବ୍ରମଣ୍ୟମ୍ କହିଛନ୍ତି। ଏହାସହ ମୁମ୍ବାଇ ପୋଲିସର ୮୦ ପ୍ରତିଶତ ଅଧିକାରୀ ଏହାକୁ ସିବିଆଇ ତଦନ୍ତ ଚାହୁଁଥିବା ସେ ଟ୍ୱିଟ୍ କରି କହିଛନ୍ତି।

Leave A Reply

Your email address will not be published.

4 − three =

error: Content is protected !!
Open chat