ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ବିହାର ବିଧାନସଭାରେ ସିବିଆଇ ତଦନ୍ତ ଦାବି ସବୁ ଦଳର ବିଧାୟକ

0 395
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ପାଟନା ୦୪/୦୮: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସୋମବାର ଦିନ ବିହାର ବିଧାନସଭାରେ ଉଠାଯାଇଥିଲା | ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ଓ ବିଧାୟକ ନିରାଜ ସିଂହ ବବ୍ଲୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି | ନିରାଜ ସିଂହଙ୍କ ଛଡା ଆରଜେଡିର ବରିଷ୍ଠ ନେତା ତେଜସ୍ୱି ଯାଦବ ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି | ସୁଶାନ୍ତ ସିଂହଙ୍କ ଭାଉଜ ତଥା ଏଲଜେପି ବିଧାନ ପରିଷଦ ସଦସ୍ୟ ନୂତନ ସିଂହ ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସତ୍ୟ ସାମ୍ନାକୁ ଆସିବା ଦରକାର | ଏହି ମାମଲାରେ ସର୍ବଦଳୀୟ ବୈଠକରେ ସିବିଆଇ ତଦନ୍ତ ଦାବି ହେବା ଉଚିତ ବୋଲି ସେ କହିଛନ୍ତି |

ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ବିବାଦ ବଢ଼ିବାରେ ଲାଗିଛି | ବିହାର ପୋଲିସ ଲଗାତାର ଯାଞ୍ଚରେ ମୁମ୍ବାଇ ପୋଲିସ ସାହାଯ୍ୟ କରୁନଥିବା ଅଭିଯୋଗ କରିଛି | ଗତକାଲି ଏହି ମାମଲାର ଯାଞ୍ଚ ପାଇଁ ମୁମ୍ବାଇକୁ ଆସିଥିବା ପାଟନା ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନ କରାଯାଇଛି |

ଏସପିଙ୍କୁ କ୍ଵାରେଣ୍ଟାଇନ କରାଯିବ ପରେ ବିବାଦ ଆହୁରି ବଢିଯାଇଛି | ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ମାମଲାରେ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ବିହାର ପୋଲିସ ଦାୟିତ୍ୱର ସହ କାମ କରୁଛି | ଏହିଭଳି ସ୍ଥିତିରେ ଏସପିଙ୍କୁ କ୍ଵାରେଣ୍ଟାଇନ କରିବା ଠିକ ନୁହେଁ | 

Leave A Reply

Your email address will not be published.

3 + sixteen =

error: Content is protected !!
Open chat