ଏମସ‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

0 806
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ସୁସ୍ଥ ହୋଇ ଘରକୁ ଫେରିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସୋମବାର ସକାଳୁ ତାଙ୍କୁ  ଦିଲ୍ଲୀ ଏମସ୍‌ରୁ  ଡିସଚାର୍ଜ କରାଯାଇଛି। କରୋନାରୁ ଆରୋଗ୍ୟ ଲାଭ କରିବା ପରେ  ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତ  ୧୮ ତାରିଖ ବିଳମ୍ବିତ ରାତିରେ ନିଶ୍ଵାସ ନେବାରେ ସମସ୍ୟା ହେବାରୁ ଅମିତ ଶାହଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍‌ସର ନିର୍ଦେଶକ ଡକ୍ଟର ଗୁଲେରିଆଙ୍କ ନେତୃତ୍ବାଧୀନ ଟିମ ତାଙ୍କର ଚିକିତ୍ସା କରୁଥିଲା। ପୂର୍ବରୁ ଗତ ୨ ତାରିଖରେ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ମେଦାନ୍ତା ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ସେଠାରେ ଚିକିତ୍ସିତ ହେବା ପରେ ଗତ ୧୪ ତାରିଖରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା  ଏହାପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା। ପରେ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଶାହାଙ୍କୁ ସାମାନ୍ୟ ଜ୍ବର ଆସିବାରୁ ଏବଂ ଶ୍ଵାସ କ୍ରିୟାରେ କଷ୍ଟ ହେବାରୁ ତାଙ୍କୁ  ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.

eight + eighteen =

error: Content is protected !!
Open chat