ଭାରତ-ଚୀନ ପୁଣି ମୁହାଁମୁହିଁ ହେଲେ : ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ଭାରତ

0 500
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ସୀମାନ୍ତରେ ପୁଣି ଥରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।  ଜୁନ ୧୫ପରେ ଏବେ ପୁଣି ଥରେ ଚୀନ ସେନା ସୀମା ଅତିକ୍ରମ କରିବା ପାଇଁ ଉଦ୍ୟମ କରିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଅଗଷ୍ଟ ୨୯-୩୦ ରାତିରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ ବୋଲି ଜଣାପଡ଼ିଛି। ଚୀନ୍ ସେନା ସ୍ଥିତି ପରିବର୍ତ୍ତନ କରିବା ସହ ଉତ୍ତେଜକ ସାମରିକ ଗତିବିଧି ଆରମ୍ଭ କରିଥିଲା, ଯାହାକୁ ଭାରତୀୟ ସେନାର ଯବାନମାନେ ବିରୋଧ କରିଥିଲେ ବୋଲି ପ୍ରକାଶ ପାଇଛି।

ଭାରତୀୟ ସେନାର ଲୋକ ସଂପର୍କ ଅଧିକାରୀ କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି ଯେ ଗତ ୨୯ ଓ ୩୦ ତାରିଖ  ରାତିରେ ଚୀନ୍ ସୈନିକମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଯାହାକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ପୁଣି ମୁହାଁମୁହିଁ  ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାରତୀୟ ଯବାନମାନେ କଡା ମୁକାବିଲା କରି ଚୀନ୍ ସୈନିକଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରି ଦେଇଛନ୍ତି।

ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିବା ବେଳେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଯବାନମାନେ ସାମରିକ ଏବଂ କୂଟନୈତିତିକ ଆଲୋଚନାକୁ ଉଲ୍ଲଂଘନ କରି ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିବା କର୍ଣ୍ଣେଲ ଆନନ୍ଦ କହିଛନ୍ତି।

ଅଗଷ୍ଟ ୨୯-୩୦ ରାତିରେ ଚୀନର ପିପୁଲସ୍ ଲିବରେସନ୍ ଆର୍ମିର ସୈନିକମାନେ ପୂର୍ବ ବୈଠକରେ ହୋଇଥିବା ଚୁକ୍ତିନାମାକୁ ଭାଙ୍ଗି ପୂର୍ବ ଲଦାଖ ନିକଟରେ ଅନୁପ୍ରବେଶ କରିଥିଲେ ଏବଂ ସ୍ଥିତି ପରିବର୍ତ୍ତନ ପାଇଁ ଉତ୍ତେଜନାମୂଳକ ସାମରିକ ଗତିବିଧି କରିଥିଲେ। ତେବେ ଭାରତୀୟ ଯବାନ ପିଏଲଏ ସୈନିକଙ୍କ ଏଭଳି ପ୍ରୟାସକୁ ବିରୋଧ କରି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଚୀନ୍ ସେନାକୁ ଅନୁପ୍ରବେଶରୁ ନିବୃତ୍ତ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଭାରତୀୟ ସେନା କଥାବାର୍ତ୍ତା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଏହାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ପ୍ରତିଶ୍ରୁତ ବଦ୍ଧ। ପୂର୍ବରୁ ଭାରତ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ ଚାହୁଥିଲେ ମଧ୍ୟ ଚୀନ୍ ସେନା ‌ଏ ପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର କାମ ଶେ‌ଷ କରିପାରି ନାହିଁ। ପୂର୍ବରୁ ଗଲୱାନରେ ହୋଇଥିବା ସଂଘର୍ଷର ସମାଧାନ ହୋଇ ନଥିବା ବେଳେ ଅଗଷ୍ଟ ୨୯-୩୦ ବହୁ ସଂଖ୍ୟାରେ ସୈନ୍ୟ ନେଇ ପିଏଲଏ ପୁଣି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଭାରତୀୟ ସେନା ଚୀନ୍‌ର ପ୍ରୟାସକୁ ବିଫଳ କରିବା ସହ ସେମାନଙ୍କ ଉଦ୍ଦେଶ୍ୟକୁ ପୂରଣ ହେବାକୁ ଦେଇ ନ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.

7 − one =

error: Content is protected !!
Open chat