କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୯ : ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅକ୍ଟୋବର ୧ ଯାଏ ଅଧିବେଶନ ଚାଲିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଇଚ । ସଂସଦର ଉଭୟ ସଦନ ବିନା ଛୁଟିରେ ଏବଂ ଶନିବାର ଓ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ ।
ସୂଚନା ଯେ, ଏହି କରୋନା ଭାଇରସ୍ ସମୟରେ ସଂସଦର ଅଧିବେଶନ ଚଳାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ଯେମିତି ଅଧିକ ଗହଳି ନହୁଏ ସେଥିପାଇଁ ଉଭୟ ଗୃହର ସମୟରେ ପରିବର୍ତ୍ତନ କରାଯିବ ।
ଏହାସହ ଅଧିବେଶନ ସମୟରେ ଜାରି ହୋଇଥିବା କୋଭିଡ୍ ନିୟମକୁ ପାଳନ କରାଯିବ । ସାମାଜିକ ଦୂରତା ସହ ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯିବ । କୋଭିଡ୍-୧୯କୁ ଦେଖି ସଂସଦ ଭିତରକୁ ସାମ୍ୱାଦିକଙ୍କୁ ପ୍ରବେଶ ପାଇଁ ନିୟମରେ ପରବର୍ତ୍ତନ କରାଯିବ ।
ସୂତ୍ରାନୁସାରେ , ୩୦ରୁ କମ୍ ମିଡ଼ିଆ ପାସ୍ ଲୋକସଭା ପାଇଁ ଦିଆଯାଇଥିବା ବେଳେ ୨୦ ପାସ୍ ରାଜ୍ୟସଭା ପ୍ରୋସିଡିଂ ପାଇଁ ଦିଆଯିବ ।