ସ୍କୁଲ ପାଠ୍ୟକ୍ରମ ହ୍ରାସ ସଂକ୍ରାନ୍ତରେ ଚଳିତ ସପ୍ତାହରେ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

0 479
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଚଳିତ ବର୍ଷ ପାଠପଢା ନେଇ ଖୁବ‌ ଶୀଘ୍ର ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଦୂର ହେବ । ସ୍କୁଲ ପାଠ୍ୟକ୍ରମରେ ସିଲାବସ୍‌ ହ୍ରାସ କରିବା ସମ୍ପର୍କିତ ନିଷ୍ପତ୍ତି ଏହି ସପ୍ତାହରେ ନିଆଯିବ । ବିଶେଷଜ୍ଞ କମିଟି ସେମାନଙ୍କ ରିପୋର୍ଟ ଦେଇ ସାରିଛନ୍ତି । ସିଲାବସ୍‌ ସମ୍ପର୍କରେ ବିଭାଗୀୟ ସଚିବଙ୍କ ଦ୍ୱାରା ଯାଞ୍ଚ ଜାରୀ ରହିଛି । ତେବେ କେତେ ପ୍ରତିଶତ ସିଲାବସ‌ କମାଯିବ, ସେ ନେଇ ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସିବିଏସଇ ସିଲାବସ‌ କମାଇବା ପରେ ମଧ୍ୟ କିଛି ବିଷୟକୁ ନେଇ ଦ୍ୱନ୍ଦ ରହିଥିଲା । ତେଣୁ ସେଭଳି ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । କେତେ ପ୍ରତିଶତ ସିଲାବସ‌ କମିବ ତାହା ସ୍କୁଲ ଖୋଲାଯିବା ଉପରେ ନିର୍ଭର କରେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

Leave A Reply

Your email address will not be published.

ten + thirteen =

error: Content is protected !!
Open chat