ସ୍କୁଲ ପିଲାଙ୍କ ପାଇଁ ବଡ ଖବର : ସ୍କୁଲ ଖୋଲିବା ନେଇ NCERT ପ୍ରସ୍ତୁତ କରିଥିବା ନିର୍ଦେଶାବଳୀ ମାନିବାକୁ ପଡିବ

0 452
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮ : ମହାମାରୀ କୋରୋନା ସଂକ୍ରମଣ ହେତୁ ମାର୍ଚରୁ ବନ୍ଦ ଥିବା ସ୍କୁଲ ଗୁଡିକ ଖୋଲିବା ପାଇଁ ମାମଲାକୁ ତୀବ୍ର କରାଯାଇଛି । ସେପ୍ଟେମ୍ବରରୁ ସ୍କୁଲ ଗୁଡିକ ଖୋଲିବା ପାଇଁ ଆଶା ପୋଷଣ କରାଯାଇଛି । ଆଲୋଚନା ଅନୁଯାଇ ପ୍ରଥମେ ଦଶମ ଓ ଦ୍ଵାଦଶର ପିଲାମାନଙ୍କୁ  ସ୍କୁଲକୁ ଡକାଯିବ । ଏହି ଶ୍ରେଣୀର ପିଲାମାନଙ୍କ କ୍ଲାସ ସପ୍ତାହରେ ଦୁଇ ତିନିଦିନ ହେବ । କୋରୋନା ସଂକ୍ରମଣ ଟିକେ କମିଲା ପରେ ଅନ୍ୟ ଶ୍ରେଣୀର ପିଲାମାନଙ୍କୁ ଡକାଯିବାର ନିସ୍ପତି ନିଆଯାଇପାରେ ।ସୂଚନା ଅନୁଯାଇ ସରକାର ସେପ୍ଟେମ୍ବର ମାସ ପୂର୍ବରୁ ସ୍କୁଲ ଖୋଲିବାର ଘୋଷଣା କରିପାରନ୍ତି ।

ବିଦ୍ୟାଳୟ ଖୋଲିବାକୁ ଚାପ

ଯେମିତି କୋରୋନା ପାଇଁ ସାମାଜିକ ଦୂରତା ଓ ନିୟମ ମନି ସାଧାରଣ ଜନତାଙ୍କ ପାଇଁ ବସ, ବଜାର, ମନ୍ଦିର ଗୁଡିକ ଖୋଲାଯାଇଛି ସେହିପରି ସ୍କୁଲ ଖୋଲିବା ପାଇଁ ରାଜ୍ୟ ସ୍କୁଲ ମାଲିକ ମାନଙ୍କ ଉପରେ ପ୍ରେସର ମଧ୍ୟ ବଢୁଛି ।  ଅଧିକାଂଶ ଘରୋଇ ସ୍କୁଲ ମାଲିକ ମାନେ କହିଛନ୍ତିକି ସମ୍ପୂର୍ଣ ଶିକ୍ଷା ବ୍ୟବସ୍ଥା ଅନଲାଇନ ହୋଇପାରିବ ନହିଁ । ଅଧିକାଂଶ ଘରୋଇ ବିଦ୍ୟାଳୟ ମାଲିକ ଖୋଲିବା ସପକ୍ଷରେ ଅଛନ୍ତି । ଯେଉଁ ଛାତ୍ର ଛାତ୍ରୀ ମାନଙ୍କ ବୋର୍ଡ ପରୀକ୍ଷା କିଛି ମାସ ପରେ ହେବ ସେମାନଙ୍କୁ ଶ୍ରେଣୀ ଗୃଗ ଓ ଲ୍ୟାବକୁ ନ ଆଣି ପାଠ୍ୟ କ୍ରମ ସମାପ୍ତ ହୋଇପାରିବ ନହିଁ ।

NCERT ପ୍ରସ୍ତୁତ କରୁଛି ନିର୍ଦେଶାବଳୀ

ସୂଚନା ଅନୁଯାଇ କେନ୍ଦ୍ରସରକାର ଏହି ଦାବୀକୁ ଆଖି ଆଗରେ ରଖି ବର୍ତମାନ ଏବେ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ସୁରକ୍ଷା ନିର୍ଦେଶାବଳୀ ସହିତ ବିଦ୍ୟାଳୟ ଗୁଡିକ ଆରମ୍ଭ ହୋଇପାରେ । ସୂଚନା ଅନୁଯାଇ NCERT ବିଦ୍ୟାଳୟ ଗୁଡିକ ପାଇଁ ସୁରକ୍ଷା ନିର୍ଦେଶାବଳି ପ୍ରସ୍ତୁତ କରୁଛି । ରାଜ୍ୟ ଓ ଦେଶରେ ଏହି ନିୟମାବଳୀ କାର୍ଯ୍ୟକାରୀ ହେବ ।

ପିଲାମାନଙ୍କ ମଧ୍ୟରେ ଦୂରତା ରଖିବା, ମାସ୍କ ପିନ୍ଧିବା, ସାବୁନରେ ହାତ ସଫା କରିବା, ପ୍ରତିଦିନ ଶ୍ରେଣୀକୁ ପରିଷ୍କାର ରଖିବା, ଆସେମ୍ବଲି ର ଆୟୋଜନ ନକରିବା, ହାତ ପରିଷ୍କାର କରି ଖାଇବା ଏହି ସବୁ ପଏଣ୍ଟ ତାଲିକାଭୁକ୍ତ ହୋଇଛି । ସେଥିଲାଗି ସ୍କୁଲ ଗୁଡିକ ଏହି ଦାଇତ୍ଵ ନେବା ଯାହାଦ୍ୱାରା ପାଇଁ ସ୍ଥିର କରିଛନ୍ତି, ସୁରକ୍ଷା ନିର୍ଦେସାବଳୀର କେଉଁଠିବି ଉଲଂଘନ ହେବନାହିଁ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।

Leave A Reply

Your email address will not be published.

twelve + ten =

error: Content is protected !!
Open chat