ସ୍ପୁଟନିକ-ଭି ଟିକାକୁ ମିଳିଲା ମଞ୍ଜୁରୀ

0 387
greentech

ନୂଆଦିଲ୍ଲୀ: କରୋନା ଭୂତାଣୁ ଦ୍ରୁତ ଗତିରେ ମାଡ଼ି ଚାଲିଥିବାବେଳେ ଏହା ଉପରେ ଲଗାମ ଲଗାଇବାକୁ ସରକାର ଯେତେ ପ୍ରୟାସ କଲେ ବି ସଫଳ ହୋଇପାରୁ ନାହାନ୍ତି। ଏହି ପରିପ୍ରେକ୍ଷୀ କେନ୍ଦ୍ର ସରକାର ଦେଶରେ ରୁଷ ଦ୍ବାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ବିଶେଷଜ୍ଞ କମିଟି ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି।

ଭାରତରେ କରୋନା ବିରୋଧୀ ଲଢ଼େଇରେ ସାମିଲ ହେବାରେ ସ୍ପୁଟନିକ-ଭି ହେଉଛି ୩ୟ ଟିକା। ଏହା ପୂର୍ବରୁ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ମଞ୍ଜୁରୀ ମିଳିସାରିଛି। ଏବେ ଦେଶରେ ଟିକାକରଣ ଅଭିଯାନରେ ଏହି ଦୁଇଟି ଟିକା ବ୍ୟବହାର କରାଯାଉଛି। ସ୍ପୁଟନିକ-ଭିକୁ ମଞ୍ଜୁରୀ ମିଳିବା ପରେ ଖୁବଶୀଘ୍ର ଟିକାକରଣରେ ଏହା ସାମିଲ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.

sixteen + fourteen =

error: Content is protected !!
Open chat