ଦେଶରେ ହୋଇନି ଗୋଷ୍ଠୀ ସଂକ୍ରମଣ :ସ୍ୱାସ୍ଥ୍ୟ ମନ୍ତ୍ରାଳୟ

0 498
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭ : ଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ,କିନ୍ତୁ ଭାରତର ମୋଟ ୭୪୦ଟି ଜିଲ୍ଲାରୁ ମାତ୍ର ୫୦ଟି ଜିଲ୍ଲାରେ ୮୦ ପ୍ରତିଶତ କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି ଅଧିକାଂଶ ସଂକ୍ରମଣ ମାମଲା କେଉଁଠୁ ଆସିଲା ଓ କେତେଜଣଙ୍କ ସହ କଣ୍ଟାକ୍ଟ ହୋଇଛି ତାହା ୭୨ ଘଣ୍ଟା ମଧ୍ୟରେ ଜଣାପଡ଼ୁଛି। ଏଣୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କୁହାଯାଇପାରିବ ନାହିଁ ।

ଗୋଷ୍ଠୀ ସଂକ୍ରମଣର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଦିଆଯାଇନାହିଁ । ତେବେ ବିଶେଷଜ୍ଞଙ୍କ ମତରେ ଯେତେବେଳେ ଏକ ସଂକ୍ରମଣର ଉତ୍ସ ଜଣାପଡ଼େ ନାହିଁ, ସେତେବେଳେ ଗୋଷ୍ଠୀ ସଂକ୍ରମଣ ହେଲା ବୋଲି କୁହାଯାଇପାରେ। ସେ କହିଛନ୍ତି ଯେ ଦେଶରେ ଟିକା ବାହାରିବା ପରେ ତାହାକୁ ଏକ ବୃହତ ଅଭିଯାନ ମଧ୍ୟମରେ ଅନେକ ଲୋକଙ୍କୁ ଦିଆଯିବ

Leave A Reply

Your email address will not be published.

5 × 4 =

error: Content is protected !!
Open chat