ହଜ୍ ଯାତ୍ରା ପାଇଁ ଗାଇଡ୍‌ଲାଇନ୍ ଜାରି ; ୬୫ ବର୍ଷରୁ କମ ଓ ଟୀକା ନେଇଥିବା ବ୍ୟକ୍ତି ଯାଇପାରିବେ

0 438
greentech

ଦୁବାଇ ୧୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ହଜ୍‌ ଯାତ୍ରା ପାଇଁ ଗାଇଡ୍‌ଲାଇନ୍ ଜାରୀ କରିଛି ସଉଦି ଅରବ। ଗାଇଡ୍‌ ଲାଇନ୍ ଆନୁସାରେ ଚଳିତ ଥର ବିଦେଶ ହଜ୍‌ ଯାତ୍ରୀଙ୍କୁ ମନା ହୋଇଥିବା ବେଳେ ମାତ୍ର ୬୦ ହଜାର ଶ୍ରଦ୍ଧାଳୁଙ୍କୁ ପବିତ୍ର ହଜ୍ ପାଇଁ ଅନୁମତି ମିଳିଛି। ଅନୁମୋଦିତ ସମସ୍ତ ଶ୍ରଦ୍ଧାଳୁ ସଉଦି ଅରବ ନାଗରିକ ହୋଇଥିବା ଦରକାର ଓ ସମସ୍ତଙ୍କ ପାଖରେ ଟିକାକରଣର ପ୍ରମାଣପତ୍ର ରହିଥିବା ଦରକାର ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ସରକାରୀ ଖବର ସରବରାହ ସଂସ୍ଥା ସଉଦି ପ୍ରେସ୍‌ ଏଜେନ୍ସିରେ  ଶନିବାର ଏହି ଘୋଷଣା କରିଛନ୍ତି ସଉଦି ଅରବ ସରକାର।

ଏନେଇ ହଜ୍ ମନ୍ତ୍ରାଳୟ କହିଛି ଯେ ଚଳିତ ବର୍ଷ କେବଳ ୬୦ ହଜାର ସଉଦୀ ନାଗରିକଙ୍କୁ ହିଁ ହଜ୍ ଯାତ୍ରା ପାଇଁ ଅନୁମତି ମିଳିବ। ଯେଉଁମାନେ ଟିକା ଲଗାଇ ସାରିଥିବା ଓ ପ୍ରମାଣପତ୍ର ଧରି ଆସିଥିବେ ସେମାନଙ୍କୁ ହଜ୍ ଯିବାକୁ ଅନୁମତି ଦିଆଯିବ ବୋଲି ମନ୍ତ୍ରାଳୟ କହିଛି। ତା ସହିତ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଜୀବନକୁ ଅନୁମିତ ଦିଆଯିବ ନାହିଁ ଲକ୍ଷଣ ଥିବା ଲୋକଙ୍କୁ ମଧ୍ୟ ହଜ୍ ଯିବାକୁ ଅନୁମତି ମିଳିବ ନାହିଁ।

କରୋନା ପାଇଁ ଦ୍ୱିତୀୟ ଥର ପାଇଁ ହଜ୍ ଯାତ୍ରାରେ କଟକଣା ଲାଗିଛି। ଗତବର୍ଷ ମଧ୍ୟ ବିଦେଶରୁ ହଜ୍‌ ଯାତ୍ରୀଙ୍କୁ ବ୍ୟାନ୍ କରାଯାଇଥିଲା। ତଳିତ ଥର ବି କେବଳ ନିଜ ଦେଶର ଲୋକଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦେଇଛି ସଉଦି ଅରବ।

Leave A Reply

Your email address will not be published.

one × one =

error: Content is protected !!
Open chat