ହନି ଟ୍ରାପ୍ ମାମଲାର ମହିଳା କଏଦୀଙ୍କ ସହ ଜେଲରଙ୍କ ଫଟୋ ଭାଇରାଲ, ତଦନ୍ତ ପାଇଁ ନିଜେ ଗଲେ ଭୋପାଳ ଡିଆଇଜି

0 463
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଇନ୍ଦୋର ୦୪/୦୯ : ମଧ୍ୟ ପ୍ରଦେଶର ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ଜେଲରେ ସଜା କାଟୁଥିବା ମହିଳା ଅଭିଯୁକ୍ତ ଶ୍ବେତା ଓ ଜେଲରଙ୍କ ସାକ୍ଷାତ ବେଳର ଫଟୋ ଭାଇରାଲ। ପୂର୍ବରୁ ଥଣ୍ଡା ପଡିଯାଇଥିବା ଏହି ମାମଲାରେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାପରେ ଜେଲ ଡିଆଇଜି ଆଜି ସକାଳେ ତଦନ୍ତ ଆରମ୍ଭ କରିବା ପାଇଁ  ଜେଲରେ ପହଁଞ୍ଚିଛନ୍ତି।  ଡିଆଇଜି ଆସିବା ପରେ ଜେଲରେ ମହିଳା ଓ୍ବାର୍ଡ ସହିତ ସମ୍ବେଦନଶୀଳ ସ୍ଥାନରେ ସଘନ ଚେକିଂ ଅଭିଯାନ ଚଳାଯାଇଥିଲା। ମହିଳା ଓ୍ବାର୍ଡରେ ସାମ୍ପୋ, ସୌନ୍ଦର୍ଯ୍ୟ ସାମଗ୍ରୀ ଓ ବାଦାମ ଦାନା ମିଳିଥିଲା। କୁହାଯାଉଛି ଯେ, ମହିଳା କଏଦୀଙ୍କୁ ଜେଲ ଡାକ୍ତରଙ୍କ କହିବା ଅନୁସାରେ ପ୍ରସାଧନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ହନିଟ୍ରାପ୍ ମାମଲାର ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଶଙ୍କା କରାଯାଉଛି ଯେ ଜେଲର କୌଣସି କର୍ମଚାରୀ ଏହି ଫଟୋ ଭାଇରାଲ କରିଛନ୍ତି। ଜେଲ ମାନୁଆଲ ଅନୁସାରେ, ଜେଲର ସମସ୍ତ କଏଦୀଙ୍କୁ ପ୍ରତିଦିନ ଦେଖାକରି ତାଙ୍କର ହାଲ୍-ଚାଲ୍ ପଚାରି ବୁଝିଥାନ୍ତି। ଏହା ଅନୁସାରେ ମହିଳା ଓ୍ବାର୍ଡରେ ମଧ୍ୟ ଏହି ପକ୍ରିୟାକୁ ଲାଗୁ କରାଯାଇଥାଏ। କିନ୍ତୁ ଏହି ଓ୍ବାର୍ଡରେ ମହିଳା ପ୍ରହରୀଙ୍କ ବିନା ପ୍ରବେଶ ନିଷେଧ ହୋଇଥାଏ। ଭାଇରାଲ ଫଟୋରେ ଜେଲର କୁଳଶ୍ରେଷ୍ଠ ଓ ମହିଳା କଏଦୀ ଶ୍ବେତା ପରସ୍ପର ସହିତ କଥା ହେଉଥିବାର ଦେଖିବାକୁ ମିଳୁଛନ୍ତି। 

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜେଲ ଡିଜି ମାମଲାର ଯାଞ୍ଚ କରିବା ପାଇଁ ଭୋପାଳ ଜେଲ ଡିଆଇଜି ସଞ୍ଜୟ ପାଣ୍ଡେଙ୍କୁ ଇନ୍ଦୋର ପଠାଇଛନ୍ତି। ବୁଧବାର ସନ୍ଧ୍ୟାରେ ସେ ଜେଲ ପହଁଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଡିଆଇଜି ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ସହ ଅଲଗା ଅଲଗା ଭାବରେ ଚର୍ଚ୍ଚା କରି ତଥ୍ୟ ଏକାଠି କରିବାରେ ଲାଗିଛନ୍ତି। ଗୁରୁବାର ସକାଳ ୫ଟା ବେଳେ ଜେଲ ଭିତରେ ମହିଳା ଓ୍ବାର୍ଡ ଓ ସମ୍ବେଦନଶୀଳ ଭାଗରେ ତଲାସୀ ଅଭିଯାନ ଆରମ୍ଭ କରାଯିବା ପରେ ଜଣାପଡିଥିଲା ଜେଲ ଡାକ୍ତରଙ୍କ କହିବା ଅନୁଯାୟୀ ପ୍ରସାଧନ ସାମଗ୍ରୀ ସହ ଅନ୍ୟ ସବୁ ଜିନିଷ ହନି ଟ୍ରାପ୍ ଅଭିଯୁକ୍ତ ମହିଳା କଏଦୀ ଶ୍ବେତାକୁ ଦିଆଯାଉଥିଲା।

ଏହା ସହିତ ଏବେ ଡିଆଇଜି ଯାଞ୍ଚ କରୁଛନ୍ତି ଯେ, ଜେଲ ଭିତରେ ଫଟୋ କିଭଳି ଭାଇରାଲ ହେଲା? ଏହା ପଛରେ ଜେଲ ଅଧିକାରୀଙ୍କ ଆଭ୍ୟନ୍ତରୀଣ ବିବାଦ ହୋଇପାରେ। ଏହା ମଧ୍ୟ କୁହାଯାଉଛି ଯେ, ଜେଲରଙ୍କ କ୍ଷମତା ଛଡାଇ ନେବାକୁ ଏଭଳି ଷଡଯନ୍ତ୍ର କରାଯାଇପାରେ। ତେବେ ଡିଆଇଜି ସଞ୍ଜୟ ପାଣ୍ଡେ ଏହି ମାମଲାରେ କହିଛନ୍ତି, ପ୍ରାଥମିକ ତଦନ୍ତ ପରେ ଜଣାପଡିଥିଲା ଯେ, ଏହି ଫଟୋ କିଛି ଦିନ ପୁରୁଣା, ଯାହାକୁ ଏବେ ଷଡଯନ୍ତ୍ର କରି ଭାଇରାଲ କରାଯାଉଛି। ପାଖରେ ଜଣେ ମହିଳା ପ୍ରହରୀ ମଧ୍ୟ ଥିଲେ କିନ୍ତୁ ଷଡଯନ୍ତ୍ର କରି ଏହି ଫଟୋକୁ ଭାଇରାଲ କରାଯାଇଛି, ଯେଉଁଥିରେ କେବଳ ଜେଲର ଓ ଜଣେ ମହିଳା କଏଦୀଙ୍କୁ ଦେଖିବାକୁ ମିଳୁଛି।

କିଏ ଏହି ଶ୍ୱେତା ବିଜୟ ଜୈନ ?
ଶ୍ୱେତା ବିଜୟ ଜୈନଙ୍କ ସମେତ ହନି ଟ୍ରାପ୍ ଗ୍ରୁପର ୫ ମହିଳା ଓ ତାଙ୍କ ଡ୍ରାଇଭରକୁ ଭୋପାଳ ଓ ଇନ୍ଦୋରରୁ ସେପ୍ଟେମ୍ବର ୨୦୧୯ରେ ଗିରଫ କରାଯାଇଥିଲା । ପୋଲିସ ଏହି ମାମଲାରେ ଏକ ସ୍ଥାନୀୟ ଅଦାଲତରେ ୧୬ ଡିସେମ୍ବର ୨୦୧୯ରେ ସମସ୍ତଙ୍କୁ ହାଜର କରାଇ କହିଥିଲା କି ଏହି ଗ୍ରୁପ୍, ମାନବ ତସ୍କରୀ ଜରିଆରେ ଭୋପାଳରୁ ଅଣାଯାଇଥିବା ଯୁବତୀଙ୍କୁ ବ୍ୟବହାର କରି ଧନୀ ଓ କ୍ଷମତାରେ ଥିବା ଲୋକମାନଙ୍କୁ ନିଜ ଜାଲରେ ଫସାଉଥିଲେ । ପରେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ କଏଦ୍ କରି ବ୍ଲାକମେଲ୍ କରୁଥିଲେ । ତେବେ ଏହାପରେ ସେମାନଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଥିଲା ।

Leave A Reply

Your email address will not be published.

14 − ten =

error: Content is protected !!
Open chat