ଭାରତୀୟ ଆଣବିକ ଯୁଦ୍ଧାସ୍ତ୍ର ରେଞ୍ଜରେ ସମଗ୍ର ଚୀନ : ରିପୋର୍ଟ

0 550
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ : ଚୀନଆଡ଼ୁ ବିପଦ ଆଶଙ୍କା ବଢିଚାଲିଥିବାରୁ ଭାରତ ନିଜର ଆଣବିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ପୂର୍ବରୁ ଭାରତ ମୁଖ୍ୟତଃ ପାକିସ୍ତାନକୁ କେନ୍ଦ୍ରରେ ରଖି ନିଜର ସାମରିକ ଓ ଆଣବିକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏବେ ଫୋକସରେ ରହିଛି ଚୀନ । ଚୀନକୁ ଫୋକସ କରି ହିଁ ଭାରତ ନିଜର ଆଣବିକ ଶସ୍ତ୍ରଶସ୍ତ୍ର ବହନ କରୁଥିବା ମିସାଇଲଗୁଡ଼ିକୁ ସ୍ଥାପିତ କରିଛି ।

ସମଗ୍ର ବିଶ୍ୱରେ ଆଣବିକ ଅସ୍ତ୍ରଶସ୍ତ୍ର ଉପରେ ଗବେଷଣା କରୁଥିବା ସଂସ୍ଥା ‘ବୁଲେଟିନ ଅଫ ଦି ଆଟମିକ ସାଇଣ୍ଟିଷ୍ଟସ’ ପକ୍ଷରୁ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଇଣ୍ଡିଆନ ନ୍ୟୁକ୍ଲିୟର ଫୋର୍ସେସ୨୦୨୦’ ନାମକ ଏହି ରିପୋର୍ଟରେ କୁହାଯାଇଛି ଯେ ପାରମ୍ପରିକ ସାମରିକ ଶକ୍ତିରେ ଚୀନ ଭାରତଠାରୁ ଶକ୍ତିଶାଳୀ ହୋଇଥିବାରୁ ଭାରତ ନିଜର ଆଣବିକ ପ୍ରତିରକ୍ଷା କ୍ଷମତାରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ପୂର୍ବରୁ ଭାରତ ମୁଖ୍ୟତଃ ପାକିସ୍ତାନକୁ କେନ୍ଦ୍ରରେ ରଖି ନିଜର ସାମରିକ ଓ ଆଣବିକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏବେ ଭାରତୀୟ ମିସାଇଲ ଗୁଡ଼ିକର ଟାର୍ଗେଟରେ ରହିଛି ଚୀନ । ଅର୍ଥାତ ଚୀନକୁ ଟାର୍ଗେଟରେ ରଖି ଭାରତ ନିଜର ମିସାଇଲ ଗୁଡ଼ିକୁ ପ୍ରସ୍ତୁତ ରଖିଛି । ଭାରତର ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନୀ-୪ର ରେଞ୍ଜରେ ଚୀନର ବେଜିଂ, ସାଂଘାଇ ସମେତ ଅଧିକାଂଶ ପ୍ରମୁଖ ଟାର୍ଗେଟ ରହିଛି । ଉତ୍ତରଭାରତରେ ବିଭିନ୍ନ ସ୍ଥାନରେ ଏସବୁ କ୍ଷେପଣାସ୍ତ୍ରକୁ ପ୍ରସ୍ତୁତ ରଖାଯାଇଛି । କେବଳ ଏତିକି ନୁହେଁ, ଭାରତ ପକ୍ଷରୁ ଅଗ୍ନୀ-୬ର ବିକାଶ କରାଯାଉଛି । ଏହା ଏକ ଅନ୍ତଃମହଦେଶୀୟ କ୍ଷେପଣାସ୍ତ୍ର ଓ ଏହାର ରେଞ୍ଜରେ ସମଗ୍ର ଚୀନ ଆସିବ ।

Leave A Reply

Your email address will not be published.

thirteen + one =

error: Content is protected !!
Open chat