ହାଜତ ମୃତ୍ୟୁର ଵିଚାର ବିଭାଗୀୟ ତଦନ୍ତ, ମୃତ ପରିବାରକୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

0 451
greentech

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ଵିଚାର ବିଭାଗୀୟ ତଦନ୍ତ ସହ ମୃତ ପରିବାରକୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବାର ଘଣ୍ଟିଆ ବୀରମିତ୍ରପୁର ବନ୍ଦ କରାଯାଇଛି l ଜିଲ୍ଲା କଂଗ୍ରେସ ସଭାପତି ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଛନ୍ତି l

ବନ୍ଦ ଯୋଗୁଁ ୧୪୩ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି l ବୀରମିତ୍ରପୁର ଥାନାର ସମସ୍ତ କର୍ମଚାରୀଙ୍କୁ ଆମୂଳଚୁଳ ପରିବର୍ତ୍ତନ, ଦୋଷୀ ପୁଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ, ୩୦୨ ଦଫାରେ ଗିରଫ, ମୃତ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଆଦି ଦାବି କରାଯାଇଛି l ସୁରକ୍ଷା ଦୃଷ୍ଟିରୁ ବୀରମିତ୍ରପୁରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି l ବନ୍ଦ ପାଳନ ସନ୍ଧ୍ୟା ୬ ଟା ଯାଏଁ ଜାରି ରହିବ  ବୋଲି ସୂଚନା ରହିଛି।

Leave A Reply

Your email address will not be published.

nineteen − 16 =

error: Content is protected !!
Open chat