ହ୍ୟାକର୍ସ ଙ୍କ ସାଇବର ଆଟାକ : ସାଇବର ହ୍ୟାକର୍ସଙ୍କ କବଳରେ ଓବାମା, ବିଲ୍‌ ଗେଟ୍ସଙ୍କ ସମେତ ବିଶ୍ୱର ଖ୍ୟାତନାମା ଶିଳ୍ପପତି ଏବଂ ବଡ ବଡ ନେତା ମାନଙ୍କର ଟ୍ୱିଟର ଆକାଉଣ୍ଟ

0 395
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମାଜନ ସିଇଓ ଜେଫ ବେଜୋସ, ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଏବଂ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ବିଶ୍ୱର ଖ୍ୟାତନାମା ଶିଳ୍ପପତି ଏବଂ ବଡ ବଡ ନେତାମାନଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ଏହି ହ୍ୟାକ୍‌ ବିଟ୍‌କଏନ୍‌ କାରାବାର ସହ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ସେହିପରି ଆପଲ ଏବଂ ଉବର କମ୍ପାନିର ମଧ୍ୟ ଅଫିସିଆଲ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି ।

ରିପୋର୍ଟ ମୁତାବକ, ଟେଲ୍ସା ସିଇଓ ଏଲନ୍‌ ମସ୍କଙ୍କ ଆକାଉଣ୍ଟରୁ ଆପତ୍ତିଜନକ ଟୁଇଟ ହେବା ପରେ ଏହି ଘଟଣାର ଖୁଲାସା ହୋଇଥିଲା । ତାଙ୍କ ଆକାଉଣ୍ଟରୁ ଅନ୍ୟ କେହି ଟୁଇଟ କରି ଲେଖିଥିଲା, ମୁଁ କୋଭିଡ-୧୯ ପାଇଁ ବଦାନ୍ୟ ଭାବ ଅନୁଭବ କରୁଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ଯେ କେହି ମୋ ଆକାଉଣ୍ଟକୁ ବିଟ୍‌କଏନ ଆଡ୍ରେସ ପଠାଇବେ ମୁଁ ଏହାର ମୂଲ୍ୟ ଦ୍ୱିଗୁଣିତ କରିଦେବି । ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଟୁଇଟ କରି କୁହାଯାଇଥିଲା, ମୋତେ ଯେଉଁମାନେ ସେମାନଙ୍କ ବିଟ୍‌କଏନ ଆଡ୍ରେସ ପଠାଇଥିଲେ ମୁଁ ସେଗୁଡିକୁ ଦ୍ୱିଗୁଣିତ କରି ଖୁସି ଅନୁଭବ କରୁଛି ।

ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଯେଉଁମାନଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି ସନ୍ଦେହ କରାଯାଉଥିଲା ଟୁଇଟର ପକ୍ଷରୁ ଅସ୍ଥାୟୀ ଭାବେ ସେହି ଆକାଉଣ୍ଟଗୁଡିକୁ ବନ୍ଦ କରାଯାଇଛି । ଏହା ବ୍ୟତୀତ ସେମାନେ ନିଜର ପାସୱାର୍ଡ ବଦଳାଇ ଦିଅନ୍ତୁ ବୋଲି ଟୁଇଟରର ଅଫିସିଆଲ ଆକାଉଣ୍ଟରୁ ଟୁଇଟ କରି ଅନୁରୋଧ କରାଯିବା ସହ ଆକାଉଣ୍ଟରେ ସମସ୍ତଙ୍କ ତଥ୍ୟ ସୁରକ୍ଷିତ ଥିବାରୁ କେହି ଚିନ୍ତିତ ନ ହେବାକୁ କୁହାଯାଇଛି

Leave A Reply

Your email address will not be published.

13 − five =

error: Content is protected !!
Open chat