ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ

0 348
greentech

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଚର୍ଚ୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଣ୍ଟ ଡିଲିଟ ହେବ ବୋଲି କମ୍ପାନି ପୂର୍ବରୁ ସ୍ପଷ୍ଟ କରିସାରିଛି । ତଥ୍ୟ ସେୟାର ନେଇ ହ୍ୱାଟସଆପର ବିଶ୍ୱସନୀୟତା ପ୍ରଶ୍ନ ଘେରକୁ ଆସିଯାଇଛି । ଏ ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ମେସେଜିଂ ଆପ୍ ହ୍ବାଟସଆପ ଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଦାୟର କରାଯାଇଛି। ଆବେଦନକାରୀ ଯୁକ୍ତି କରିଛନ୍ତି ଯେ, ହ୍ବାଟସଆପ ଆପର ନୂଆ ପ୍ରାଇଭେସି ପଲିସି ବ୍ୟବହାରକାରୀଙ୍କ ଭର୍ଚୁଆଲ୍ କାର୍ଯ୍ୟକଳାପକୁ ଦେଖିବା ପାଇଁ କମ୍ପାନିକୁ ଅନୁମତି ଦେଇଛି।ହ୍ବାଟସଆପ ଆପର ନୂଆ ପ୍ରାଇଭେସି ପଲିସି ଜଣେ ବ୍ୟକ୍ତିର ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ଆବେଦନକାରୀ ଓକିଲ ଚୈତନ୍ୟ ରୋହିଲା କହିଛନ୍ତି। ଗୋପନୀୟତା ଅଧିକାରକୁ ସୁପ୍ରିମକୋର୍ଟ ଏକ ମୌଳିକ ଅଧିକାର ଘୋଷଣା କରିଛନ୍ତି। ହେଲେ ହ୍ବାଟସଆପ ଏଭଳି ପ୍ରାଇଭେସି ପଲିସି ଆଣି ନିୟମର ଉଲ୍ଲଂଘନ କରିଛି। 

ନିଜ ଆବେଦନରେ ଓକିଲ ଚୈତନ୍ୟ ଦର୍ଶାଯାଇଛି ଯେ, ହ୍ବାଟସଆପ ଏବଂ ଫେସବୁକ୍ ଭଳି ପ୍ଲାଟଫର୍ମଗୁଡିକ ତୃତୀୟ ପକ୍ଷ ସହିତ ଅନଧିକୃତ ଢ଼ଙ୍ଗରେ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରିସାରିଛନ୍ତି। ଏବେ ହ୍ବାଟସଆପ ଖୁଲମଖୁଲା ସେଭଳି କାମ କରୁଛି।  ନୂଆ ପ୍ରାଇଭେସି ପଲିସି ଆଣିବା ପୂର୍ବରୁ ସରକାରଙ୍କ ଅନୁମତି ନିଆଯାଇନାହିଁ। ଏଭଳି ସ୍ଥିତିରେ ହ୍ବାଟସଆପର ଏହି ନୂଆ ପ୍ରାଇଭେସି ପଲିସି ଉପରେ ରୋକ ଲାଗିବା ଦରକାର।

Leave A Reply

Your email address will not be published.

10 + six =

error: Content is protected !!
Open chat