ୟୁପିର ବଳରାମପୁରରେ ଆଜି ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

0 430
greentech

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବଳରାମପୁରରେ ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍‌ଘାଟନ କରିବେ ।

ଏହି ପ୍ରକଳ୍ପ ୧୯୭୮ରେ ଆରମ୍ଭ ହୋଇଥିଲା । କିନ୍ତୁ କ୍ରମାଗତ ଭାବେ ଆର୍ଥିକ ଅନୁଦାନ ମିଳିବାରେ ଅଭାବ, ଅନ୍ତର୍ବିଭାଗୀୟ ସମନ୍ୱୟ ଏବଂ ପର୍ଯ୍ୟାପ୍ତ ତଦାରଖ ଅଭାବରୁ ଏହା ବିଳମ୍ବ ହୋଇଥିଲା ଏବଂ ପ୍ରାୟ ଚାରି ଦଶନ୍ଧି ପରେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା । କୃଷକ ମାନଙ୍କର କଲ୍ୟାଣ ଏବଂ ସଶକ୍ତିକରଣର ଲକ୍ଷ୍ୟ ଏବଂ ଜାତୀୟ ସ୍ତରରେ ଗୁରୁତ୍ୱ ଭିତିରେ ଦୀର୍ଘ ଦିନ ଧରି ଅସମ୍ପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଉପରେ ପ୍ରାଥମିକତା ଦେବା ନିମନ୍ତେ ତାଙ୍କର ପ୍ରତିବଦ୍ଧତା ଏହି ପ୍ରକଳ୍ପ ଉପରେ ଆବଶ୍ୟକୀୟ ଧ୍ୟାନ କେନ୍ଦ୍ରିତ କରିଥିଲା । ପରିଣତି ସ୍ୱରୂପ, ୨୦୧୬ରେ ଏହି ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରଧାନମନ୍ତୀ କୃଷି ସିଂଚାଇ ଯୋଜନା ଅଧୀନକୁ ଅଣା ଯାଇଥିଲା । ଏହି ପ୍ରୟାସରେ ନୂତନ କେନାଲ ଗୁଡିକର ନିର୍ମାଣ ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ଯେଉଁ ବିଳମ୍ବ ଘଟିଛି, ସେହି ସମୟର ବ୍ୟବଧାନକୁ ପୂରଣ କରିବା ପାଇଁ ଏବଂ ପୂର୍ବ ଜମି ଅଧିଗ୍ରହଣ ସହିତ ସମ୍ବନ୍ଧିତ ଦୀର୍ଘ ସମୟ ଧରି ପଡ଼ି ରହିଥିବା ମୋକଦ୍ଦମାଗୁୂଡ଼ିକ ଭଳି ସମସ୍ୟାର ସମାଧାନ ନିମନ୍ତେ ନୂତନ ସମାଧାନର ବାଟ ଫିଟିଲା । ପ୍ରକଳ୍ପ ଉପରେ ନୂତନ ଭାବେ ଧ୍ୟାନ କେନ୍ଦ୍ରିତ କରିବାର ପରିଣାମ ସ୍ୱରୂପ ଏହି ପ୍ରକଳ୍ପ ମାତ୍ର ଚାରି ବର୍ଷରେ ସମ୍ପୂର୍ଣ୍ଣ ହୋଇଗଲା ।

ସରଯୁ କେନାଲ ଜାତୀୟ ପ୍ରକଳ୍ପ ନିମନ୍ତେ ସମୁଦାୟ ୯୮୦୦ କୋଟିରୁ  ଅଧିକ ଟଙ୍କା ଖର୍ଚ୍ଚ ହୋଇଛି, ଯାହା ମଧ୍ୟରୁ ଗତ ଚାରି ବର୍ଷରେ ୪୬୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପରେ ସମ୍ପୃକ୍ତ ଅଂଚଳକୁ ଜଳ ସମ୍ବଳର ସର୍ବାଧିକ ଉପଯୋଗକୁ ସୁନିଶ୍ଚିତ କରିବା ନିମନ୍ତେ ମଧ୍ୟ ପାଂଚଟି ନଦୀର ସଂଯୋଗୀକରଣ ହୋଇଛି– ଘାଘରା, ସରଯୁ, ରାପ୍ତି, ବନଗଙ୍ଗା ଏବଂ ରୋହିଣୀ ନଦୀକୁ ପରସ୍ପର ସହିତ ସଂଯୋଗ କରାଯାଇଛି ।

ଏହି ପ୍ରକଳ୍ପ ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ନିମନ୍ତେ ସୁନିଶ୍ଚିତ ଜଳ ଯୋଗାଇବ ଏବଂ ୬୨୦ରୁ ଅଧିକ ଗ୍ରାମର ପାଖାପାଖି ୨୯୦୦ କୃଷକଙ୍କୁ ଲାଭାନ୍ୱିତ କରିବ । ଏହା ଉତ୍ତର ପ୍ରଦେଶର ପୂର୍ବାଂଚଳର ୯ଟି ଜିଲ୍ଲା– ବାହାରିଚ୍‌, ଶ୍ରାବସ୍ତୀ, ବଳରାମପୁର, ଗୋଣ୍ଡା, ସିଦ୍ଧାର୍ଥନଗର, ବସ୍ତି, ସନ୍ଥ କବୀର ନଗର, ଗୋରଖପୁର ଏବଂ ମହାରାଜଗଞ୍ଜକୁ ଲାଭାନ୍ୱିତ କରିବ । ଏହି ଅଂଚଳର କୃଷକ, ଯେଉଁମାନେ ଏହି ପ୍ରକଳ୍ପର ଅତ୍ୟଧିକ ବିଳମ୍ବ ଯୋଗୁଁ ଅଧିକ ପୀଡିତ, ସେମାନେ ଏହି ଉନ୍ନତ ଜଳସେଚନ ସାମର୍ଥ୍ୟବିଶିଷ୍ଟ ପ୍ରକଳ୍ପ ଯୋଗୁଁ ତୁରନ୍ତ ଲାଭବାନ୍ ହେବେ । ସେମାନେ ଏବେ ଅଧିକ ପରିମାଣରେ ଫସଲ ଚାଷ କରି ପାରିବେ ଏବଂ ଅଂଚଳର କୃଷି ସାମର୍ଥ୍ୟକୁ ଅଧିକ କରିବା ପାଇଁ ସକ୍ଷମ ହେବେ ।

Leave A Reply

Your email address will not be published.

fifteen + three =

error: Content is protected !!
Open chat