୧୦ରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ, ସମଗ୍ର ପୂର୍ବ ଭାରତରେ ସକ୍ରିୟ ହେବ ମୌସୁମୀ

0 317
greentech

ନୂଆଦିଲ୍ଲୀ : ଆସନ୍ତା ୮ ଜୁନ ସୁଦ୍ଧା ସିଆମ ଉପସାଗର ଓ ମିଆଁମାର ଉପକୂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ । ଏହି ସାଇକ୍ଲୋନିକ ସର୍କୁଲେସନର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି । ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତ, ବିହାର, ଛତିଶଗଡ଼ରେ ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ । ଏପରିକି ଏହି ଲଘୁଚାପ ପ୍ରଭାବରେ ପଶ୍ଚିମଭାରତର କେତେକ ଅଂଚଳକୁ ମୌସୁମୀ ଅଗ୍ରଗତି କରିବ ।

ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗର, ସମଗ୍ର ଉପକୂଳ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରର କିଛି ଅଂଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡ଼ୁର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ଅଂଶରେ ପହଞ୍ଚିଛି । ଆଗାମୀ ୨୪ ଘଣ୍ଟାରେ ଏହା ସମଗ୍ର କର୍ଣ୍ଣାଟକ, ମହାରାଷ୍ଟ୍ରର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଆଉ କେତେକ ଅଂଚଳ, କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କେତେକ ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.

seventeen − 11 =

error: Content is protected !!
Open chat