![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ଉଇକିପିଡ଼ିଆର ଡେସ୍କଟପ୍ ଇଣ୍ଟରଫେସ୍ ଗତ ୧୦ ବର୍ଷରୁ ଗୋଟିଏ ଡିଜାଇନ୍ରେ ଥିଲା। ଏଥିରେ କୌଣସି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ଏହାର ରିଡିଜାଇନ୍ କରିବା ପାଇଁ ପ୍ରସ୍ତୁତି ଚାଲିଛି ।
![](https://i0.wp.com/kalingajyoti.com/wp-content/uploads/2020/09/redesigning-wikipedia.jpg?resize=590%2C309&ssl=1)
ସବୁଠୁ ବଡ ପରିବର୍ତ୍ତନ Table of contents ରେ ଦେଖିବାକୁ ମିଳିବ। କାରଣ ଡିଜାଇନ୍ ପରିବର୍ତ୍ତନ ପରେ, Table of contents ରେ ଟ୍ୟାପ୍ କରି ଆପଣ ଲିଷ୍ଟକୁ ଏକ୍ସେସ୍ କରିପାରିବେ। ଏହା ଏକ ଆର୍ଟିକିଲର ଭିନ୍ନ ଭିନ୍ନ ଦିଗ ଜାଣିବା ଆହୁରି ବି ସହଜ କରିଦେବ।
ଉଇକିପିଡ଼ିଆର ନୂଆ ପରିବର୍ତ୍ତନ ବିଷୟରେ କହିବାକୁ ଗଲେ, ଡେସ୍କଟପ୍ ଇଣ୍ଟରଫେସରେ ଯେଉଁ ସାଇଡବାର୍ ଦିଆଯାଇଥାଏ ତାହାକୁ କୋଲାପ୍ସ କରାଯାଇପାରିବ। ହେମବର୍ଗର ଆଇକନ୍ ଉପରେ କ୍ଲିକ୍ କରି ଏହାକୁ କୋଲାପ୍ସ କରାଯାଇପାରିବ।
![](https://kalingajyoti.com/wp-content/uploads/2020/09/unnamed.png)
ଭାଷା ପରିବର୍ତ୍ତନ କରିବାକୁ, ଗୋଟିଏ କ୍ଲିକ୍ ବଟନ୍ ଦିଆଯିବ, ଯାହା ମାଧ୍ୟମରେ ଆପଣ ଆର୍ଟିକିଲ୍ ପଢ଼ିବା ସମୟରେ ଗୋଟିଏ କ୍ଲିକ୍ ରେ ଭାଷା ପରିବର୍ତ୍ତନ କରିପାରିବେ । ସର୍ଚ ଟୁଲ୍ ବିଷୟରେ କହିବା ତ, ଉଇକିପିଡ଼ିଆର ନୂଆ ଇଣ୍ଟରଫେସ ଠାରୁ ଭଲ ସର୍ଚ କରିବାର ବିକଳ୍ପ ମିଳିବ । ତେବେ, କମ୍ପାନୀ ସ୍ପଷ୍ଟ କରିଛି ଯେ ଡିଜାଇନ୍ ପରିବର୍ତ୍ତନ ସମୟରେ କୌଣସି ବିଷୟବସ୍ତୁ ଏବଂ ଫିଚରଗୁଡିକର ଠକେଇ କରାଯିବ ନାହିଁ ଏବଂ ତାହା ପୂର୍ବ ପରି ହିଁ ରହିବ।