୧୨ରେ କୁଳପତି ବୈଠକ: ସ୍ନାତକ-ସ୍ନାତକୋତ୍ତର ପାଠପଢ଼ା, ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତି ନିଆଯାଇପାରେ

0 366
greentech

ଭୁବନେଶ୍ୱର ୦୯/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା କାଳରେ ଶିକ୍ଷା ବିଭାଗ ଉପରେ ସର୍ବାଧିକ ପ୍ରଭାବ ପଡିଛି । ସ୍ନାତକ ଓ ସ୍ନାତକୋତ୍ତର ପାଠପଢା ଏବଂ ପରୀକ୍ଷା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି । ଚଳିତ ମାସ ୧୨ ତାରିଖରେ ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।

ଲକ୍‌ଡାଉନ ବେଳେ ପାଠପଢ଼ା ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ । ସେହିପରି ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ । ପରେ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ । ଏହାପରେ ବିଭାଗ ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ କହିଛନ୍ତି । କୋଭିଡ୍‌ ପାଇଁ ଭର୍ଚୁଆଲ୍‌ ମିଟିଂରେ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 × four =

error: Content is protected !!
Open chat