![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ କରୋନା ଦେଖା ଦେଉଥିବା ବେଳେ କେନ୍ଦ୍ର ସରକାର ଏବେ ବିଭିନ୍ନ ଟିକାକୁ ଅନୁମୋଦନ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୁର୍ବରୁ କୋଭାକ୍ସିନ୍, କୋଭିସିଲଡ଼ ଓ ସ୍ପୁଟନିକ-ଭି ଟିକାକୁ ସରକାର ଅନୁମତି ଦେଇଥିବା ବେଳେ ଏବେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନି ବାୟୋଲୋଜିକାଲ୍ ଇ ଲିମିଟେଡକୁ କରୋନା ଟିକା ବାୟୋଲୋଜିକାଲ୍ ଇର ୩୦କୋଟି ଡୋଜ ତିଆରି କରିବା ପାଇଁ ସରକାର କହିଛନ୍ତି ।ଏନେଇ ବାୟୋଲୋଜିକାଲ୍ – ଇ ଲିମିଟେଡକୁ ୧୫୦୦ କୋଟି ଟଙ୍କା ଦିଆଯାଇଛି ।
ଟିକା ତିଆରି ପରେ ଏହାର ଗୋଟେ ଡୋଜ ୧୫୦ ଟଙ୍କା ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ତେବେ ସରକାର ୧୮-୪୫ ବର୍ଷ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଯୋଜନା କରୁଥିବା ବେଳେ ଏହି ଅଭିଯାନ ପାଇଁ ୫୦,୦୦୦ କୋଟି ଟଙ୍କା ଖର୍ଚ ହେବ ବୋଲି ଜଣାପଡିଛି । ୯୪ କୋଟି ଲୋକଙ୍କ ପାଇଁ ୧୮୮ କୋଟି ଡୋଜର ବ୍ୟବସ୍ଥା କରିବାକୁ କେନ୍ଦ୍ର ଆନୁମାନିକ ମୂଲ୍ୟ ୪୫,୦୦୦-୫୦,୦୦୦ କୋଟି ମଧ୍ୟରେ ଖର୍ଚ କରିବ ବୋଲି ସୂଚନା ମିଳିଛି ।