୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷଣକୁ ମନା କଲେ ସରକାର

0 493
greentech

ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଭାରତର ଭେଷଜ ମହାନିର୍ଦ୍ଦେଶକ (ଡିସିଜିଆଇ)ଙ୍କ ନିକଟରେ ଆବେଦନ କରାଯାଇଥିଲା । କମ୍ପାନୀ ପକ୍ଷରୁ ୯୨୦ ଜଣ ପିଲାଙ୍କ ଠାରେ ଏହି ପରୀକ୍ଷା କରାଯିବ ବୋଲି କୁହାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୬୦ ଜଣ ୧୨ରୁ ୧୭ ବର୍ଷ ବୟସ ବର୍ଗର ଏବଂ ଅନ୍ୟ ୪୬୦ ଜଣ ୨ରୁ ୧୧ ବର୍ଷ ବୟସ ବର୍ଗର ନିଆଯିବ ବୋଲି ଦର୍ଶାଯାଇଥିଲା । ଦେଶର ୧୦ଟି ସ୍ଥାନରେ ଏହି ପରୀକ୍ଷଣ ପାଇଁ ଅନୁମତି ଲୋଡିଥିଲା ସେରମ୍‍ ଇନଷ୍ଟିଚ୍ୟୁଟ ।
ତେବେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର କୋଭିଡ-୧୯ ବିଷୟରେ ରହିଥିବା ବିଶେଷଜ୍ଞ କହିଥିଲେ ଯେ ଏହି ଟିକାକୁ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ଏପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି । ସେ ଆଉ ମଧ୍ୟ ସୁପାରିଶ କରିଛନ୍ତି ଯେ ପୁଣେସ୍ଥିତ ସେରମ୍‍ ଇନଷ୍ଟିଚ୍ୟୁଟ ସଂପ୍ରତି ବୟସ୍କଙ୍କ ଠାରେ କରୁଥିବା ପରୀକ୍ଷଣରୁ କୋଭୋଭାକ୍ସର ନିରାପତ୍ତା ଏବଂ ରୋଗ ପ୍ରତିରୋଧ କ୍ଷମତା ସମ୍ପର୍କରେ ରିପୋର୍ଟ ଦାଖଲ କରିବା ଆବଶ୍ୟକ । ଏହାପରେ ତାହାକୁ ପିଲାଙ୍କ ଠାରେ ପରୀକ୍ଷଣ ପାଇଁ ଅନୁମତି ଦେବା ବିଷୟ ବିଚାର କରାଯିବ । ସୂଚନାଯୋଗ୍ୟ ଯେ ଆମେରିକାସ୍ଥିତ ଟିକା ପ୍ରସ୍ତୁତକାରୀ କମ୍ପାନୀ ନୋଭୋଭାକ୍ସ କୋଭିଡ-୧୯ ଟିକା ଏନଭିଏକ୍ସ-ସିଓଭି୨୩୭୩ର ବିକାଶ ଏବଂ ବ୍ୟବସାୟିକ ସ୍ତରରେ ବ୍ୟବହାର ପାଇଁ ଭାରତ ଏବଂ ବିଶ୍ୱର ଅନ୍ୟ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡିକ ସହିତ ୨୦୨୦ ଅଗଷ୍ଟରେ ଏକ ଲାଇସେନ୍ସ ରାଜିନାମା ସ୍ୱାକ୍ଷର କରିଥିବା ଘୋଷଣା କରିଛି ।

Leave A Reply

Your email address will not be published.

seventeen − two =

error: Content is protected !!
Open chat