![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ୨୦୨୩ ସୁଦ୍ଧା ନର୍ଥ ଇଷ୍ଟ ରାଜ୍ୟଗୁଡିକର ସବୁ ରାଜଧାନୀକୁ ରେଳପଥରେ ସଂଯୋଗ କରାଯିବ। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଯାଇଛି। ଆଜି ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/Vinod-Kumar-Yadav-1.jpg?resize=457%2C239&ssl=1)
ବିନୋଦ କୁମାର କହିଛନ୍ତି, ‘ଆମେ ଏକ ପ୍ରକଳ୍ପ ଆରମ୍ଭ କରିଛୁ ଯାହାକି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିର ସମସ୍ତ ରାଜଧାନୀକୁ ସଂଯୋଗ କରିବ। ଆସାମର ରାଜଧାନୀ ତ୍ରିପୁରା ଓ ଅରୁଣାଚଳ ଦେଶକୁ ଯୋଡ଼ା ଯାଇସାରିଛି। ମଣିପୁର, ମିଜୋରାମ ନାଗାଲାଣ୍ଡ ଏବଂ ମେଘାଳୟ ଆଦିକୁ ଯୋଡ଼ିବା ପାଇଁ କାମ ଆରମ୍ଭ ହୋଇଛି।
![](https://kalingajyoti.com/wp-content/uploads/2020/07/N-E-state-capitals-to-be-connected-via-rail-network-by-2023.jpg)
୨୦୨୨ ସୁଦ୍ଧା ମଣିପୁର, ମେଘାଳୟ ,ସିକିମ ସହ ସଂଯୋଗ ହେବ ହେବ ବୋଲି ଆଶା ରହିଥିବା ବେଳେ ୨୦୨୩ ସୁଦ୍ଧା ମିଜୋରାମ, ନାଗାଲାଣ୍ଡକୁ ସଂଯୋଗ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେ ଆହୁରି କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ରେଳ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅନେକ କାମ କରି ସାରିଛି ।